ନୂଆଦିଲ୍ଲୀ: ଷଷ୍ଠ ଥର ବିଶ୍ୱ ବିଜୟୀ ହେଲା ଭାରତ। । ୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ୨୦୨୨ରେ ପରେ ଏବେ ୨୦୨୬ର ଟାଇଟଲ ହାତେଇଲା। ଶୁକ୍ରବାର ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦୦ ରନ୍ରେ ପରାସ୍ତ କରିଛି।

ଆଜିର ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍ ଇଣ୍ଡିଆର ବ୍ୟାଟରମାନେ ଧୂଆଁଦାର ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୪୧୨ ରନ୍ର ପାହାଡ଼ ଛିଡ଼ା କରିଥିଲେ। ଫାଇନାଲ ମୁକାବିଲାରେ ଏତେବଡ଼ ସ୍କୋର ଟାର୍ଗେଟ୍ ଆଗରେ ପୂର୍ବରୁ ଚାପଗ୍ରସ୍ତ ଥିବା ଇଂଲଣ୍ଡ ୪୦.୨ ଓଭରରେ ୩୧୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା।

ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮୦ ବଲରୁ ୧୭୫ ରନ କରି ଇଂଲଣ୍ଡର ବୋଲିଂକୁ ସମ୍ପୂର୍ଣ୍ଣ ଭାବରେ ଧୂଳିସାତ କରିଦେଇଥିଲେ। ସେପଟେ ଅଧିନାୟକ ଆୟୁଷ ମହାତ୍ରେ ରକ୍ଷଣଶୀଳ ଭାବେ ଅର୍ଦ୍ଧଶତକ ଯୋଡ଼ିଥିଲେ। ସେହିପରି କନିଷ୍କ ଚୌହାନଙ୍କ ଶେଷ ବିସ୍ଫୋରକ ବ୍ୟାଟିଂ ଭାରତକୁ ୪୦୦ ପାର୍ କରିଥିଲା। ଜବାବରେ ଇଂଲଣ୍ଡ ରନ୍ ଚେଜ୍ କରି ନପାରି ପୁଣିଥରେ ପରାଜୟର ସ୍ୱାଦ ଚାଖିଛି। ଇଂଲଣ୍ଡ ବର୍ତ୍ତମାନ ସୁଦ୍ଧା କେବଳ ଥରେ ଅଣ୍ଡର-୧୯ ବିଶ୍ୱକପ ଜିତିପାରିଛି। ଦଳ ୧୯୯୮ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ବିଶ୍ୱକପ ହାତେଇଥିଲା। ଅନ୍ୟପଟେ ଭାରତ ୨୦୨୬ ଟାଇଟଲକୁ ମିଶାଇ ମୋଟ ଷଷ୍ଠଥର ଟାଇଟାଲ ବିଜୟୀ ହୋଇଛି।

ICC U19ପୁରୁଷ ବିଶ୍ୱକପ୍ ବିଜେତା ତାଲିକା (ବ୍ରାକେଟରେ ଆୟୋଜକର ନାଁ ଉଲ୍ଲେଖ ରହିଛି)

• ୧୯୮୮ (ଅଷ୍ଟ୍ରେଲିଆ): ଅଷ୍ଟ୍ରେଲିଆ – ଅଧିନାୟକ: ଜେଫ୍ ପାର୍କର
• ୧୯୯୮ (ଦକ୍ଷିଣ ଆଫ୍ରିକା): ଇଂଲଣ୍ଡ – ଅଧିନାୟକ: ୱାଇସ ଶାହ
• ୨୦୦୦ (ଶ୍ରୀଲଙ୍କା): ଭାରତ – ଅଧିନାୟକ: ମହମ୍ମଦ କୈଫ୍
• ୨୦୦୨ (ନ୍ୟୁଜିଲାଣ୍ଡ): ଅଷ୍ଟ୍ରେଲିଆ – ଅଧିନାୟକ: କାମେରୁନ୍ ହ୍ୱାଇଟ୍
• ୨୦୦୪ (ବାଂଲାଦେଶ): ପାକିସ୍ତାନ – ଅଧିନାୟକ: ଖାଲିଦ ଲତିଫ୍
• ୨୦୦୬ (ଶ୍ରୀଲଙ୍କା): ପାକିସ୍ଥାନ - କ୍ୟାପଟେନ: ସରଫରାଜ ଅହମ୍ମଦ
• ୨୦୦୮ (ମାଲେସିଆ): ଭାରତ - କ୍ୟାପଟେନ୍: ବିରାଟ କୋହଲି
• ୨୦୧୦ (ନ୍ୟୁଜିଲ୍ୟାଣ୍ଡ): ଅଷ୍ଟ୍ରେଲିଆ - କ୍ୟାପଟେନ: ମିଚେଲ ମାର୍ଶ
• ୨୦୧୨ (ଅଷ୍ଟ୍ରେଲିଆ): ଭାରତ - କ୍ୟାପଟେନ୍: ଉନ୍ମକ୍ତ ଚାନ୍ଦ
• ୨୦୧୪ (ୟୁଏଇ): ଦକ୍ଷିଣ ଆଫ୍ରିକା - କ୍ୟାପଟେନ୍: ଆଡେନ ମାର୍କରମ
• ୨୦୧୬ (ବାଂଲାଦେଶ): ୱେଷ୍ଟଇଣ୍ଡିଜ୍ – ଅଧିନାୟକ: ଶିମରୋନ୍ ହେଟମାୟର
• ୨୦୧୮ (ନ୍ୟୁଜିଲ୍ୟାଣ୍ଡ): ଭାରତ – ଅଧିନାୟକ: ପୃଥ୍ୱୀ ଶ
• ୨୦୨୦ (ଦକ୍ଷିଣ ଆଫ୍ରିକା): ବାଂଲାଦେଶ – ଅଧିନାୟକ: ତୌହିତ ହୃଦୟ
• ୨୦୨୨ (ୱେଷ୍ଟଇଣ୍ଡିଜ୍): ଭାରତ – ଅଧିନାୟକ: ୟଶ ଧୁଲ୍
• ୨୦୨୪ (ଦକ୍ଷିଣ ଆଫ୍ରିକା): ଅଷ୍ଟ୍ରେଲିଆ – ଅଧିନାୟକ: ହ୍ୟୁଗ ୱେବଗେନ
• ୨୦୨୬ (ଜିମ୍ବାୱେ): ଭାରତ – ଅଧିନାୟକ: ଆୟୁଷ ମହାତ୍ରେ