ନୀଳଗିରି ୧୩।୨: ପତ୍ନୀ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ । ୨୦୨୩ରେ ବାଲେଶ୍ବରରେ ଘଟିଥିବା ଏକ ଲୋମଟାଙ୍କୁରା ହତ୍ୟାମାମଲାର ଶୁଣାଣି କରି ମୃତକଙ୍କ ସ୍ବାମୀ ଚନ୍ଦନ ରଣାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୨୩ ମସିହାରେ ଅଭିଯୁକ୍ତ ଚନ୍ଦନ ବାଲେଶ୍ବରର ବନିତା ସିଂଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ପୂର୍ବରୁ ଚନ୍ଦନ ବିବାହିତ ଓ ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଅଛନ୍ତି ବୋଲି ଜାଣିବା ପରେ ପତ୍ନୀ ବନିତା ଚନ୍ଦନଙ୍କୁ ଛାଡ଼ି ଭଉଣୀଙ୍କ ଘରେ ରହୁଥିଲେ । ହେଲେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଚନ୍ଦନ ବନିତାଙ୍କୁ ଏସିଡ୍ ମାଡ଼ କରିଥିବା ବେଳେ ବନିତାଙ୍କ ସମେତ ତାଙ୍କର ବଡ଼ ଭଉଣୀ ଓ ଦୁଇ ଶିଶୁ ମଧ୍ୟ ଗୁରୁତର ହୋଇଥିଲେ ।

ଏ ଖବର ବି ପଢ଼ନ୍ତୁ:- ଝାରପଡ଼ା ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦମ୍ପତିଙ୍କ ସମେତ ୪ ଆହତ

ତେବେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ ବନିତା । ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ଚନ୍ଦନ ରଣାଙ୍କୁ ଗିରଫ କରିଥିଲା ପୋଲିସ । ଗତ୪ ତାରିଖରେ ବାଲେଶ୍ବର ସ୍ବତନ୍ତ୍ର SC/ST କୋର୍ଟ ୩୪ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସହ ବିଭିନ୍ନ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସ୍ବାମୀକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ମାମଲାରେ କୋର୍ଟ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ସେପଟେ ଏହି ଘଟଣାରେ ନ୍ୟାୟ ମିଳିଥିବାରୁ ସନ୍ତୋଷବ୍ୟକ୍ତ କରିଛନ୍ତି ମୃତ ବନିତାଙ୍କ ପରିବାର ଲୋକ ।