ଭଦ୍ରକ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଏଲପିଜି ସଙ୍କଟ ଏବେବି ଉତ୍କଟ ରହିଛି । ଅବଶ୍ୟ ସରକାର ରନ୍ଧନ ଗ୍ୟାସ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ତଥାପି ସ୍ଥିତି ପୂର୍ବ ଭଳି ରହିଛି। ଏବେବି ଲୋକଙ୍କୁ ଗ୍ୟାସ ପାଇଁ ହଇରାଣ ହେବାକୁ ପଡ଼ୁଛି। ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ସହର ସ୍ଥିତ ଜଗନ୍ନାଥ ଏଜେନ୍ସିରେ । ଗୁରୁବାର ଗ୍ୟାସ ଏଜେନ୍ସି ବାହାରେ ଶତାଧିକ ଗ୍ୟାସ୍ ଉପଭୋକ୍ତା ଏଲପିଜି ଯୋଗାଣରେ ଅନିୟମିତତା ଅଭିଯୋଗ ଆଣି ହୋହାଲ୍ଲା କରିଛନ୍ତି।

ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି, ଗ୍ୟାସ ବୁକିଂ ହେଉଛି, ହେଲେ ମିଳୁନି ଗ୍ୟାସ । କିନ୍ତୁ ଡେଲିଭରି ହୋଇଥିବା ନେଇ ମେସେଜ ଆସୁଛି। ଆଉ ଏନେଇ ଗ୍ୟାଜେନ୍ସିଙ୍କୁ ପଚାରିଲେ ଉତ୍ତର ମିଳୁନି। ତେବେ ଗ୍ୟାସ ନଦିଆଯାଇ କାହାକୁ ଓ କିପରି ଡେଲିଭେରି ହେଉଛି ତାକୁ ନେଇ ଗ୍ରାହକ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ଅନେକ ଉପଭୋକ୍ତା ଆଜି ଜଗନ୍ନାଥ ଗ୍ୟାସ ଏଜେନ୍ସି ସମ୍ମୁଖରେ ହୋହାଲ୍ଲା କରିଛନ୍ତି। ତେବେ ସଂପୃକ୍ତ ଘଟଣାକୁ ନେଇ ଗ୍ୟାସ ଏଜେନ୍ସି କର୍ମକର୍ତ୍ତା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।