ପାଉଁଶ ଭିତରୁ ଜନ୍ମ ନେଇଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ସମ୍ପର୍ଣ ଦେଶ ଜାପାନ !

ଆଜକୁ ପ୍ରାୟ ୮୦ ବର୍ଷ ପୂର୍ବେ ଜାପାନରେ ଲୋକ ଭୋକରେ ମାରୁଥିଲେ l ଲୋକ ବଞ୍ଚିବା ପାଇଁ ନିଜର ପୋଷାକ ,ହାତ ଘଡି ଓ ଗହଣା ବିକୁଥିଲେ l ଦ୍ୱତୀୟ ବିଶ୍ୱଯୁଦ୍ଧରେ ଜାପାନର ୬୬ ଟି ବଡ ସହର ଜଳିକି ପାଉଁଶ ହୋଇଯାଇଥିଲା l ୯୦ ଲକ୍ଷ ଲୋକଙ୍କ ପାଖରେ ରହିବାକୁ ଘର ନଥିଲା l ଜାପାନକୁ ହରେଇକି ଆମେରିକା ପୁରା ଦେଶକୁ କବ୍ଜା କରିଥିଲା l ଆଉ ପରିସ୍ଥିତି ଏତେ ଖରାପ ଥିଲା ଯେ ସେହି ସମୟରେ ,ଆମେରିକାନ ଜେନେରାଲ ଡୁଗଲସ ମ୍ୟାକଅର୍ଥର ସାରା ଦୁନିଆ ଆଗରେ ଘୋଷଣା କରିସାରିଥିଲେ ଜାପାନ ଏବେ fourth rate nation ହୋଇସାରିଛି l କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପୁଣି ୨୩ ବର୍ଷ ପରେ ଜାପାନ ଦୁନିଆର ତୃତୀୟ ବଡ ଅର୍ଥନୀତି ସମ୍ପର୍ଣ ଦେଶରେ ପରିଣତ ହୁଏ l ପାଉଁଶ ଭିତରୁ ଉଠି ବିଶ୍ୱର ସବୁଠାରୁ ବଡ ଅର୍ଥନୀତି ରେ ପରିଣତ ହୁଏ ଜାପାନ l ଆଜିର ଦୁନିଆରେ ସବୁଠାରୁ ବିକାଶଶୀଳ ଦେଶ କହିଲେ ଜାପାନ କୁ ବୁଝାଏ l ଜାପାନର ଚିକମିକ କରୁଥିବା ସହର ,ବୁଲେଟ ଟ୍ରେନ, ଏସବୁକୁ ଦେଖି ସବୁ ଦେଶର ଲୋକ ଜାପାନକୁ ତାରିଫ କରିଥାନ୍ତି l କିନ୍ତୁ ଆପଣ ବୋଧହୁଏ ଜାଣିନଥିବା ଏସବୁ ପାଇବା ଜାପାନ ପାଇଁ ଏତେ ସହଜ ନଥିଲା l ଅନ୍ଧାର ଭିତରୁ ଆଲୋକର ସନ୍ଧାନ କଲା ଭଳି ସମସ୍ୟା ଭିତରୁ ସମାଧାନର ରାସ୍ତା ପ୍ରସ୍ତୁତ କଲା ଜାପାନ l

୧୯୪୫ ,ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ମାଡ଼ରେ ସ୍ମସାନ ପାଲଟିଥିଲା ଜାପାନ l ଟୋକିୟୋରେ ୬୫ % ଘର ଜଳିକି ପାଉଁଶ ହୋଇଯାଇଥିଲା l ଯେତେ ସବୁ ବଡ ବଡ଼ ସହର ଥିଲା ସବୁ ବିସ୍ପୋରଣର ଧୂଆଁ ଭିତରେ ଲୀନ ହୋଇଥିଲା l ଆଉ ତାପରେ ଆସିଲା ପରମାଣୁ ବୋମା l ଆମେରିକା ପ୍ରଥମ ବୋମା ହିରୋସୀମା ଉପରେ ପକାଇଲା ଆଉ ତିନି ଦିନ ପରେ ନାଗାସାକି ଉପରେ l ଏହି ପରିମାଣୁ ଆକ୍ରମଣ ପାଖା ପାଖି ୨ ଲକ୍ଷ୍ୟରୁ ଅଧିକ ଲୋକଙ୍କ ଜୀବନ ନେଇଗଲା l କିନ୍ତୁ ଏସବୁ ଠାରୁ ବଡ ସମସ୍ୟା ଥିଲା ଜାପାନର ଆର୍ଥିକ ବରବାଦୀ l ଶିଳ୍ପ ଉତ୍ପାଦନ ସମ୍ପୂର୍ଣ ଭାବରେ ଭୁସିଡ଼ିଗଲା ,ଟୋକୀୟରେ ସରକାରଙ୍କ ପାଖରେ କେବଳ ତିନିଦିନ ପାଇଁ ଚାଉଳ ବଞ୍ଚିଥିଲା l ଅର୍ଥ ମନ୍ତ୍ରୀ ସ୍ପଷ୍ଟ କହିଦେଇଥିଲେ ଯେ ଭୋକରେ ପାଖା ପାଖି ଏକ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ l ପରିସ୍ଥିତି ଏତେ ଭୟଙ୍କର ରୂପ ନେଇଥିଲା ଯେ ସରକାରୀ ଖବର କାଗଜରେ ଲୋକଙ୍କୁ ଶିଖାଯାଉଥିଲା କାଠ ଗୁଣ୍ଡ ,ବାଦାମ ଚୋପା ଖାଇକି କିପରି ବଞ୍ଚିବାକୁ ହେବ l ପ୍ରୋଟିନ ପାଇଁ ସାପ ଓ ମୂଷା ଖାଇବାକୁ ଉପଦେଶ ଦିଆଯାଉଥିଲା l ଦେଶ ବ୍ଲାକ ମାର୍କେଟ ଉପରେ ନିର୍ଭର କରି ବଞ୍ଚିଥିଲା l ଯେଉଁଠି ଚାଉଳ ଅଫିସିଆଲ ପ୍ରାଇସ ଠାରୁ ଅଧିକ ଦରରେ ବିକ୍ରି ହେଉଥିଲା l

ଏସବୁ ନିଷ୍ପତି ଜଣେ ଆମେରିକା ଜେନେରାଲ ''ଡୁଗଲସ ମ୍ୟାକଅର୍ଥର'' ନେଉଥିଲେ l ଯାହାକୁ ଜାପାନର ଲୋକ blue -eyed -shogun କହୁଥିଲେ ଅର୍ଥାତ ନୀଳ ଆଖି ଥିବା ରାଜା l ଜାପାନ ପାଇଁ ଏହା ଏମିତି ସମୟ ଥିଲା ଯେତେବେଳେ ଜାପାନର ସ୍ୱାଭିମାନ ସମ୍ପୂର୍ଣ ମରିଯାଇଥିଲା I ଗୋଟିଏ ପଟେ ଲୋକ ଭୋକରେ ମାରୁଥିଲେ ଆଉ ଗୋଟେ ପଟେ ଜାପାନକୁ କବ୍ଜା କରି ଆମେରିକା ଅର୍ଥନୈତିକ ଶୋଷଣ କରୁଥିଲା I ଆମେରିକାର ଯୋଜନା ଥିଲା ,ଜାପାନ କୁ ସମ୍ପର୍ଣ ଦୁର୍ବଳ କରିଦେବା ଯେମିତି ଭବିଷ୍ୟତରେ କେବେବି ସେ ଅଣ୍ଟା ସଳଖିକି ଠିଆ ହୋଇ ପାରିବନି I

୨୫ -ଜୁନ -୧୯୫୦ କାହାଣୀ ଏକ ନୂଆ ମୋଡ଼ ନେଲା I ନର୍ଥ କୋରିଆର ଆର୍ମି ସାଉଥ କୋରିଆ ଉପରେ ଆକ୍ରମଣ କଲା I ଆରମ୍ଭ ହେଲା କୋରିଆନ ଯୁଦ୍ଧ I ଆମେରିକା ମଧ୍ୟ ସାଉଥ କୋରିଆର ପକ୍ଷ୍ୟରେ ଏହି ଯୁଦ୍ଧରେ ସାମିଲ ହୋଇଗଲା I ଏବେ ଆମେରିକା କୁ ଟ୍ରକ ,ୟୁନିଫର୍ମ ,ମେସିନ ଓ ଯୁଦ୍ଧାସ୍ତ୍ରର ଆବଶ୍ୟକତା ପଡିଲା I ଆଉ କୋରିଆର ସବୁଠାରୁ ନିକଟତମ ଦେଶ ଥିଲା ଜାପାନ l ଏହି ସମୟରେ ଆମେରିକା ଜାପାନ ଠାରୁ ଯୁଦ୍ଧାସ୍ତ୍ର କିଣିବା ଆରମ୍ଭ କଲା l ଜୁନ ୧୯୫୦ ଠାରୁ ୧୯୫୩ ପର୍ଯ୍ୟନ୍ତ ପାଖା ପାଖା ପାଖି ୨.୩ ବିଲିଅନ ଡଲାରର ସାମାନ କିଣିଥିଲେ ଆମେରିକା l ଆଉ ଏହି ପଇସା ଜାପାନ ପାଇଁ ଜୀବନ ରେଖା ପାଲଟିଲା l ଜାପାନର ଅର୍ଥନୀତି ପୁଣି ଥରେ ଚଳଚଞ୍ଚଳ ହେବାକୁ ଲାଗିଲା l ଫ୍ୟାକ୍ଟ୍ରିରେ ପ୍ରଡକ୍ସନ ଆରମ୍ଭ ହେଲା, ଲୋକଙ୍କୁ ଚାକିରୀ ମିଳିବା ସହିତ ଲୋକେ ରୋଜଗାର କ୍ଷମ ହୋଇପାରିଲେ l ୨ ବର୍ଷ ଭିତରେ ଶିଳ୍ପ ଉତ୍ପାଦନ ପାଖା ପାଖି ୭୦ ପ୍ରତିଶତ ବୃଦ୍ଧି ପାଇଲା l ଆମେରିକା ଯୁଦ୍ଧ ପାଇଁ ଯେଉଁ ଟ୍ରକ କିଣିଥିଲା ଏହା ଜାପାନର ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ଜୀବନ ଭରିଦେଲା l tyota ଯିଏ ବନ୍ଦ ହେବା ଉପରେ ଥିଲା ,କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଥିଲା ..ଆମେରିକା tyota କୁ ୬୦୦୦ ହଜାର ଟ୍ରକ ତିଆରି କରିବାକୁ ବରାତ ଦେଲା l ଏହି କମ୍ପାନୀ ପୁଣି ଅଣ୍ଟା ସଳଖି ଠିଆ ହୋଇପାରିଲା l

ସବୁ ଠାରୁ ନିଷ୍ଠୁର ସତ୍ୟ ଥିଲା ପଡୋଶୀ ଦେଶ ଯୁଦ୍ଧରେ ମୃତ୍ୟ ସହିତ ସଂଘର୍ଷ କରୁଥିଲା କିନ୍ତୁ ଅନ୍ୟପଟେ ଜାପାନ ସେହି ଯୁଦ୍ଧ ପାଇଁ ବୋମା ଓ ଟ୍ରକ ନିର୍ମାଣ କରି ନିଜର ବ୍ୟବସାୟିକ ଅବିବୃଦ୍ଧି କରୁଥିଲା l କେହି ଛଟ ପଟ ହୋଇ ମାରୁଥିବା ସମୟରେ ଆଉ କିଏ ଏହାକୁ ଭଗବାନଙ୍କ ବରଦାନ ବୋଲି କହୁଥିଲେ'' its a gift OF god ,, l ଯାହାର ଅର୍ଥନୀତିକୁ ଠିକ ଏଇ ଭଳି ଏକ ଯୁଦ୍ଧ ବର୍ବାଦ କରିଥିଲା ଏବେ ଠିକ ଅନ୍ୟଦେଶର ଏକ ଭୟଙ୍କର ଯୁଦ୍ଧ ପୁଣି ସେହି ଦେଶ ର ଅର୍ଥନୀତିରେ ସୁଧାର ଆଣିବାରେ ସାହାଯ୍ୟ କଲା l ଏହା କାହାପାଇଁ ଏକ ଅମାନବୀୟ ହୋଇପାରେ କିନ୍ତୁ ଜାପାନ ପାଇଁ ନିଜ ଦେଶକୁ ଭୋକିଲା ମରିବାରୁ ରକ୍ଷା କରିବାର ଏକ ମାଧ୍ୟମ ଥିଲା l

କୋରିଆନ ଯୁଦ୍ଧ ଓ ଆମେରିକାର ସାହାଯ୍ୟ ଜାପାନର ଅର୍ଥନୀତିକୁ ଉପୁରକୁ ଉଠାଇବାରେ ଏକ କିକ ଷ୍ଟାଟ ତ ନିହାତି ଥିଲା କିନ୍ତୁ ଜାପାନକୁ କୌଣସି ସରକାରୀ ସାହାଯ୍ୟ ସୁପର ପାୱାର କରିନାହିଁ l ଜାପାନ କୁ ଶକ୍ତି ସାଳି କରିବା ପଛରେ ସେହି ଦେଶ ଲୋକଙ୍କ ଜିଦି ,କଠିନ ପରିଶ୍ରମ ଆଉ ହାର ନମାନିବାର ମନୋବୃତି ହିଁ ସାହାଯ୍ୟ କଲା l କେବଳ ଏହି ଜିଦି ଜାପାନୀ ବାସୀଙ୍କୁ ବ୍ୟବସ୍ତା ଓ ପରିସ୍ଥିତି ସାମ୍ନାରେ ମୁଣ୍ଡ ନୁଆଁଇବାକୁ ଦେଲା ନାହିଁ l

ହିରୋଶିମାରେ ବମ ପଡିବା ପରେ ସହରର ସବୁ ସ୍କୁଲ ଜଳିକି ପାଉଁଶ ହୋଇଯାଇଥିଲା କିନ୍ତୁ ଏହା ପରେ ମଧ୍ୟ ଜାପାନରେ ଶିକ୍ଷା ବନ୍ଦ ହୋଇନଥିଲା l ଖୋଲା ଆକାଶ ତଳେ ଓ ଅଧା ଜଳିଥିବା କୋଠରୀରେ ପିଲାଙ୍କୁ ଶିକ୍ଷା ଦିଆଯାଉଥିଲା l ଠିକ ସେହିଭଳି ଜାପାନର ଗ୍ରମଞ୍ଚଳର କାହାଣୀ ମଧ୍ୟ ବେଶ ପ୍ରେରଣା ଦାଇ l ଯୁଦ୍ଧ ପରେ ୭୦ % କୃଷକ ଅନ୍ୟ ଜମିରେ ଚାଷ କରୁଥିଲେ l ଫସଲର ୫୦ ରୁ ୭୦ ଭାଗ ଶସ୍ୟ , ଜମି ମାଲିକକୁ ଦେଉଥିଲେ l ୧୯୪୬ ରେ ଲାଣ୍ଡ ରିଫର୍ମ ଆଇନ ଆସିଲା l ଯାହା ଫଳରେ ସରକାର ଜମି ମାଲିକ ଠାରୁ ଜମି କିଣି କୃଷକ ମାନଙ୍କୁ ବିକ୍ରି କଲେ l ପରେ ଜାପାନ କୃଷି କ୍ଷେତ୍ରରେ ଏକ ବଡ ସଫଳତା ହାସଲ କଲା l ଯେଉଁ ଦେଶ ଭୋକରେ ମରିବ ବୋଲି ଭବିଷ୍ୟ ବାଣୀ ହୋଇଥିଲା ୧୯୫୦ ବେଳକୁ ସେଠି ଖାଦ୍ୟକୁ ନେଇ ଆଉ କୌଣସି ଅସୁବିଧା ରହିଲା ନାହିଁ l

ଜାପାନର ସବୁଠାରୁ ବଡ଼ ଶକ୍ତି ଥିଲା ଅର୍ଥନୀତି, ଶିଳ୍ପ, technology, manufacturing ଓ global trade।୧୯୪୫ରେ ଧ୍ୱଂସ ପ୍ରାୟ ଅର୍ଥନୀତିରୁ ୧୯୬୮ରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ capitalist economy ହେବା ପର୍ଯ୍ୟନ୍ତର ଯାତ୍ରା ନିଶ୍ଚିତ ଭାବରେ ଆଧୁନିକ ଅର୍ଥନୈତିକ ଇତିହାସର ଏକ ଅସାଧାରଣ ଅଧ୍ୟାୟ। ଜାପାନର କାହାଣୀ ଆମକୁ ଗୋଟିଏ କଥା ଶିଖାଏ ଗୋଟିଏ ଦେଶକୁ କେବଳ ତାହାର ପ୍ରାକୃତିକ ସମ୍ପଦ ମହାନ କରେ ନାହିଁ। ମାନବ ସମ୍ପଦ, ଶିକ୍ଷା, technology, , industry ଓ ଦୀର୍ଘମିଆଦୀ ନୀତି ମଧ୍ୟ ଏକ ଦେଶର ଭାଗ୍ୟ ବଦଳାଇପାରେ। ଆଉ ସବୁ ଠାରୁ ବଡ଼ କଥା ହେଉଛି ସୁଯଗକୁ ଠିକ ଭାବରେ ବ୍ୟବହାର କରି ଉପରକୁ ଉଠିବା ଏହା ଜାପାନ ଅର୍ଥନୀତିର ଏକ ବଡ ସଫଳତା ମନ୍ତ୍ର l ଜାପାନର economic success stories ଆଜି ସବୁ ଦେଶ ପାଇଁ ଏକ ଅଧୟନର ବିଷୟ ପାଲଟିଛି l