ଚଣ୍ଡିଖୋଲ ୦୫।୦୨ :  ବିଶାଳ ହିନ୍ଦୁ ସମ୍ମିଳନୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରେଇକଣା ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଭିନ୍ନ ସ୍ଥାନରୁ ବହୁ ସାଧୁସନ୍ଥମାନେ ଯୋଗ ଦେଇଥିଲେ । ପ୍ରଥମେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ବିଶ୍ୱଶାନ୍ତି ମହାଯଜ୍ଞ ହୋଇଥିଲା । ସମୂହ ଦୀପଦାନ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା । ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବୁଦ୍ଧିଜୀବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ହିନ୍ଦୁମାନଙ୍କୁ ସଚେତନ ଓ ଏକ କରିବା ସହ ସନାତନ ଧର୍ମର ପ୍ରଚାର ପ୍ରସାର ଉଦ୍ଦେଶ୍ୟ ନେଇ ଏହି ହିନ୍ଦୁ ସମ୍ମିଳନୀର ଆୟୋଜନ କରାଯାଉଛି ବୋଲି ସାଧୁସନ୍ଥମାନେ କହିଛନ୍ତି।