ଭୁବନେଶ୍ବର ୨୨/୦୫: ଜୁଲାଇ ୧୬ରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଶୃଙ୍ଖଳିତ ଭାବରେ ରଥଯାତ୍ରା ଆୟୋଜନ ନେଇ ଶୁକ୍ରବାର ବସିଥିଲା ପ୍ରସ୍ତୁତି ବୈଠକ । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ପୁରୀ ଜିଲ୍ଲାପାଳ ଓ ବିଭିନ୍ନ ସେବାୟତ  ନିଯୋଗ ସହ ଆଲୋଚନା ପରେ ଆଇନମନ୍ତ୍ରୀ ବଡ ସୂଚନା ଦେଇ କହିଛନ୍ତି ଏଥର ଶୃଙ୍ଖଳିତ ରଥଯାତ୍ରା ଉପରେ ଫୋକସ୍ କରାଯାଇଛି । ରଥଯାତ୍ରା ପାଇଁ ଦଳାଚକଟାର ପୁନରାବୃତ୍ତି ନହେବା ଓ ଭିଡ ନିୟନ୍ତ୍ରଣ ବଡ ଚ୍ୟାଲେଞ୍ଜ ରହିବ । ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରମାଳ ? କେମିତି ଭକ୍ତମାନେ ଦର୍ଶନ କରିବେ ? କେଉଁ ପଟେ ପଶିବେ ଆଉ କେଉଁ ପଟେ ବାହାରିବେ ? କେତେ ସମୟ ଦର୍ଶନ ଚାଲିବ କେତେ ବେଳେ ପହଡ଼ ପଡିବ ସେ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି । କେମିତି ସେବାୟତଙ୍କ ମଧ୍ୟରେ ସମନ୍ୱୟ ରହିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଯେମିତି ସମସ୍ତ ରୀତିନୀତି ସମ୍ପନ୍ନ ହେବ ସେନେଇ ଦଇତାପତି ନିଯୋଗଙ୍କ ସହ ଆଲୋଚନା ହୋଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ଅତିଥି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥଆଇନ ମନ୍ତ୍ରୀ ।

ଗତ ବର୍ଷ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଘଟଣା ବେଶ୍ ଚର୍ଚ୍ଚାରେ ରହିଥିଲା । ୨୦୨୫ ମସିହା ଜୁନ୍ ୨୯ ତାରିଖରେ ପୁରୀ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟି ୩ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ । ଘଟଣାର ତଦନ୍ତ ପରେ ୭ ଜଣ ପୋଲିସ ଅଧିକାରୀଙ୍କୁ ଦାୟୀ କରି ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଥିଲା ।ଚଳିତ ବର୍ଷ ଏଭଳି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।

ସେପଟେ ଘୋଷଯାତ୍ରାକୁ ମାତ୍ର ଆଉ ୨ମାସରୁ ବି କମ୍ ସମୟ । ଚଳଚଞ୍ଚଳ ରଥଖଳା ।ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । । ୩୨ଦିନରେ ପହଞ୍ଚିଲାଣି ରଥ କାମ । କାହା ହାତକୁ ଫୁରସତ ନାହିଁ । ୩ରଥର ଚଉତା ବିନ୍ଧ, ଅଖ,ଗରଗରା ଓ ଗୟଳ କାମ ଚାଲିଛି । କରତୀ ସେବକଙ୍କ ଦ୍ବାରା ରଥର ଗୟଳ ଚିରଟ ଟାଲିଛି । ସେପଟେ ବିଶ୍ବକର୍ମା ମାନେ ଅଖ ସାରିବାରେ ବ୍ୟସ୍ତ । ୩ରଥର ଗରଗରା ଚଉପଟ ପ୍ରାୟ ଶେଷ । ଗରଗରାରେ ଚିହ୍ନ ଦିଆଗଲେ ବିନ୍ଧ ଅନୁକୂଳ ହେବ ।

Also Read:ଯୁକ୍ତ ୨ରେ ୧୦୦ରୁ ୧୦୨ ମାର୍କ ରଖିଲେ ରେଭେନ୍ସା ଛାତ୍ର, ଅକ୍ଷମଣୀୟ ଭୁଲ୍‌କୁ ସ୍ବୀକାର କଲେ CHSE କର୍ତ୍ତୃପକ୍ଷ