ଭୁବନେଶ୍ବର: ଅସହ୍ୟ ଗରମ ସାଙ୍ଗକୁ ଝାଞ୍ଜି ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସ୍ଥିତି ଏଭଳି ହେଲାଣି ରାତିରେ ବି ତାପମାତ୍ରା ହ୍ରାସ ପାଉନାହିଁ। ଏହାରି ମଧ୍ୟରେ ଆଗାମୀ ୩- ୪ ଦିନ ପାଇଁ ହିଟ ଓ୍ବେଭ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସାରା ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ଏହି ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ପଶ୍ଚିମ ଓଡ଼ିଶାୋର ତାପମାତ୍ର ୪୫ ଡିଗ୍ରୀ ଟପିପାରେ। ସେହିଭଳି ଉପକୂଳ ଓଡ଼ିଶାକୁ ମଧ୍ୟ କଲବଲ କରିବ ତାତି।

Also Read: Heat Wave Alert : ଦିନରେ ଖରା, ରାତିରେ ଗୁଳୁଗୁଳି, ଆହୁରି ୧୫ ଦିନ ଏମିତି କଲବଲ କରିବ ତାତି

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଜଳବାୟୁ ଓ ପରିବର୍ତ୍ତନ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁସାରେ ୨୦ରୁ ତାତି ଆହୁରି ବଢ଼ିବ । ୨୦ରେ ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ। ଆସନ୍ତା ୨୪/୨୫ ତାରିଖବେଳକୁ ଉପକୂଳ ଅଞ୍ଚଳରେ ବି ପାରଦ ୪୪-୪୫ ଡିଗ୍ରୀ ସେଲସିୟସ୍ ରହିପାରେ । ଆସନ୍ତା ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ତାତିରୁ ଆଶ୍ୱସ୍ତି ସମ୍ଭାବନା ଦେଖାଯାଉନି । ଏହା ପରେ ବି ଗରମ କମିବା ନେଇ ଏବେ କିଛି କହିହେବନି । ମଝିରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବନି । ଯେଉଁଠି ବର୍ଷା ହେବ, ସେହି ଅଞ୍ଚଳରେ ସାମୟିକ ଭାବେ ତାତି ସାମାନ୍ୟ କମିପାରେ ।