ଭୁବନେଶ୍ବର ୨୧।୫: ଆକାଶରୁ ବର୍ଷୁଛି ନିଆଁପିଣ୍ଡୁଳା । ପ୍ରଚଣ୍ଡ ରୌଦ୍ର ତାପ ଓ ଗୁଳୁଗୁଳିରେ ଆଉଟପାଉଟ ହେଉଛି ପୂରା ଓଡ଼ିଶା । ଏମିତିକି ରାଜ୍ୟରେ ୪୬ ଡିଗ୍ରୀ ଛୁଇଁଲାଣି ପାରା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ତାତିରୁ ନିସ୍ତାର ନାହିଁ । ଆସନ୍ତା ୨୬ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ଏମିତିକି ତାପମାତ୍ରା ଆହୁରି ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ଆକଳନ କରାଯାଉଛି ।

ସେପଟେ ସୋଆ ସିଇସି ନିର୍ଦ୍ଦେଶକ ଡା. ଶରତ ସାହୁ କହିଛନ୍ତି, ଆସନ୍ତା ୩୦ ତାରିଖ ଯାଏଁ ଜଳିବ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଯାଏଁ ରହିବ ତାପମାତ୍ରା । ଆଉ ଗୋଟିଏ ଘଣ୍ଟା ଖରାରେ ଠିଆ ହେଲେ, ହୃଦଘାତ, ଅଂଶୁଘାତ ସମ୍ଭାବନା ବି ଢେର ଅଧିକ ରହିଛି । ବଙ୍ଗୋପସାଗର ପବନ ବି କାଳବୈଶାଖୀ ଆଣିପାରୁନି । ଦିନ ମେଘମୁକ୍ତ, ରାତି ବାଦଲଯୁକ୍ତ ରହୁଛି । ଅର୍ଥାତ୍ ତାତି ଆସିବା ବାଟ ଖୋଲା, ଯିବା ବାଟ ବନ୍ଦ । ଆକାଶର ଯେଉଁ ବାଦଲ ତିଆରି ହେଉଛି ତାହା ଏଭଳି ସଙ୍କେତ ଦେଉଛି ବୋଲି ଶରତ ସାହୁ କହିଛନ୍ତି । ଏହାର କାରଣ ହେଉଛି ପଶ୍ଚିମ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ମାଡୁଛି । ସମୁଦ୍ର ପବନ ଆସୁଛି ସତ, ହେଲେ ଏତେ ଦୁର୍ବଳ ଯେ କାଳବୈଶାଖୀ କରିପାରିବନି ।

Also Read:- ଦେଶର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହେଲା UPର ବାନ୍ଦା, ତାପମାତ୍ରା ୪୮ ଡିଗ୍ରି ସେଲସିୟସ୍ ପାର

ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସହିତ ଉପକୂଳ ଅଞ୍ଚଳରେ ବି ପ୍ରଚଣ୍ଡ ଗରମ ଗୁଳୁଗୁଳି ଅନୁଭୂତ ହେବ ବୋଲି ସେ କହିଛନ୍ତି । ତାପମାତ୍ରା ଯାହା ରହୁଛି ପାଣିପାଗ ସ୍ଥିତି ଯୋଗୁଁ ଆହୁରି ୧୫-୨୦ ଡିଗ୍ରୀ ତାପମାତ୍ରା ବଢ଼ି ସେହି ତାପମାତ୍ରା ଅନୁଭୂତ ହେଉଛି । ମାନେ ୩୫ ଡିଗ୍ରୀ ଥିଲେ ୫୫ ଡିଗ୍ରୀ ଏବଂ ୪୫ ଡିଗ୍ରୀ ଥିଲେ ୬୫ ଡିଗ୍ରୀ ଭଳି ଅନୁଭୂତ ହେଉଛି । ତେଣୁ ଖରାକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସିଇସି ନିର୍ଦ୍ଦେଶକ ।

ତେବେ କ'ଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ ଶୁଣନ୍ତୁ:-