କଟକ ୧୮।୧୧ : ବାତ୍ୟା ‘ଅକଭାନ୍’କୁ ନେଇ ବଢ଼ିଲାଣି ତତ୍ପରତା । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ହେଉଛି NDRF । ମୁଣ୍ଡଳୀସ୍ଥିତ ତୃତୀୟ ବାଟାଲିୟନ ପକ୍ଷରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ମୁତୟନ ହୋଇଛନ୍ତି ଉଦ୍ଧାରକାରୀ ଦଳ ।

ଗତ ୧୭ ତାରିଖରେ ଓଡ଼ିଶାର ୫ଟି ଜିଲ୍ଲା ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ୫ଟି ଉଦ୍ଧାରକାରୀ ଦଳ ମୁତୟନ କରାଯାଇଥିଲା । ସେହିପରି ଆଜି ଗଞ୍ଜାମ ଜିଲ୍ଲାରେ ଆଉ ୨ଟି ଏବଂ ଗଜପତି ଜିଲ୍ଲାରେ ଗୋଟିଏ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି । ଅର୍ଥାତ୍ ଓଡ଼ିଶାର ୬ଟି ଜିଲ୍ଲାରେ ମୋଟ ୮ଟି NDRF ଟିମ୍ ମୁତୟନ ହୋଇଛନ୍ତି ।

Also Read:-ଫିଲ୍ମ ଷ୍ଟାଇଲ୍‌ରେ ଗୁଳିମାଡ଼, ୱେଲଡିଂ ଦୋକାନୀ ସୁଦାମ ନାଗଙ୍କ ମୃତ୍ୟୁ

ଅନ୍ୟପଟେ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ବିଶାଖାପାଟଣାରେ ମଧ୍ୟ ୩ଟି ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି । ଅବଶିଷ୍ଟ ଟିମ୍ଗୁଡ଼ିକୁ ସତର୍କ ରଖାଯାଇଛି । ଆବଶ୍ୟକ ପଡ଼ିଲେ ତୁରନ୍ତ ସେମାନଙ୍କୁ ମୁତୟନ କରାଯିବ ବୋଲି NDRF ପକ୍ଷରୁ କୁହାଯାଇଛି ।