ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଲା ‘ଅକଭାନ’ । ସକାଳ ୫ଟା ୩୦ ମିନିଟ୍ର ପାଣିପାଗ ପର୍ଯ୍ୟବେକ୍ଷଣ ଅନୁଯାୟୀ, ଅକଭାନ ଏବେ ଭୀଷଣ ବାତ୍ୟା ବା ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି। ବିଶାଖାପାଟଣାଠାରୁ ୬୧୦ କିଲୋମିଟର ଏବଂ ଗୋପାଳପୁରଠାରୁ ୭୩୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ରହିଛି। ଘଣ୍ଟାପ୍ରତି ମାତ୍ର ୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି ବାତ୍ୟା।

ଆସନ୍ତା ୨୦ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ପରେ ଏହା ଓଡ଼ିଶାର ମାଲକାନଗିରି ଆଡ଼କୁ ମୁହାଁଇପାରେ। ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ବିଶେଷ କରି ୧୯ ଓ ୨୦ ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ଏହାକୁ ନେଇ ଦକ୍ଷିଣ ଓଡ଼ିଶାରେ ପାଣିପାଗ ସ୍ଥିତି ଉପରେ ନଜର ରଖାଯାଇଛି।

ଏହା ପ୍ରଭାବରେ 19 ତାରିଖ ଉପକୂଳ ଜିଲ୍ଲା ମାନଙ୍କରେ ଓ ଦକ୍ଷିଣ ଜିଲ୍ଲା ମାନଙ୍କ ରେ ହାଲୁକାରୁ ମଧ୍ୟମ ସହ ଗୋଟିଏ 2ଟି ଜାଗାରେ ଭାରି ବର୍ଷାସମ୍ଭାବନା ବେଳେ 20ତାରିଖ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ ର କିଛି କିଛି ଜାଗାରେ ଭାରି ରୁ ଅତି ଭାରି ବର୍ଷା ଓ ଗୋଟିଏ 2ଟି ଜାଗାରେ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା. ଅନ୍ୟ ସଂଲଗ୍ନ ଜିଲ୍ଲା ମାନଙ୍କ ରେ ଗୋଟିଏ 2ଟି ଜାଗାରେ ଭାରି ବର୍ଷା ସମ୍ଭାବନା.

21 ତାରିଖଆଭ୍ୟନ୍ତରୀଣ ଜିଲ୍ଲା ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ରେ କିଛି କିଛି ଜାଗାରେ ଭାରି ରୁ ଅତି ଭାରି ବର୍ଷା ଓ ସଂଲଗ୍ନ ଜିଲ୍ଲା ମାନଙ୍କ ରେ କିଛି କିଛି ଜାଗାରେ ଭାରି ବର୍ଷା ସ୍ଥିତି ସମ୍ଭାବନା.