ଶ୍ରୀନଗର, ୧୮।୧୧ : ଜମ୍ମୁ-କାଶ୍ମୀର ସ୍ଥିତ କୂଲଗାମ୍ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ବୁଧବାର ଘାଟି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ଏହାପରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଲଶ୍କର-ଏ-ତୋଏବାର ଟପ୍ କମାଣ୍ଡର ଲତିଫ୍ ଭଟ୍ଟ ଏହି ସ୍ଥାନରେ ଲୁଚିଛି । ତାକୁ କାବୁ କରିବା ପାଇଁ ଜମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ୍ କମ୍ବିଂ ଅପରେସନରେ ସାମିଲ ଅଛନ୍ତି । ସୁରକ୍ଷା ଏଜେନ୍ଶିଙ୍କ କହିବାନୁସାରେ, ଲତିଫ୍ କୂଲଗାମର ଏହି ଅଞ୍ଚଳରେ ଲୁଚିଛି । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । କିନ୍ତୁ କେହି ଆତଙ୍କବାଦୀ ମୃତାହତ ହୋଇଥିବା ଖବର ମିଳିନି ।

Also Read :- ପାଖେଇ ଆସିଲା ବାତ୍ୟା 'ଅକଭାନ୍' : ଆନ୍ଧ୍ରରେ କରିବ ଲ୍ୟାଣ୍ଡଫଲ୍, ଏହାପରେ ଓଡ଼ିଶାରେ ପଶିବ

ଏହାପୂର୍ବରୁ ସିସିଟିଭି ଫୁଟେଜ୍ ଆଧାରରେ ସୂଚନା ମିଳିଥିଲା ଯେ, ଲତିଫ୍ ଏବଂ ଉମର ନିସାର କୂଲଗାମର କିଛି ଅଞ୍ଚଳରେ ଆକ୍ଟିଭ୍ ରହିଥିଲେ । ମୀର ବଜାର, ଅଖରାନ ଏବଂ କିଲମରେ ସେମାନଙ୍କୁ ଦେଖିବାକୁ ମିଳିଥିଲା । ସେମାନେ କିଛି ବଡ ଧରଣର ପ୍ଲାନ୍ କରୁଥିବା ସୁରକ୍ଷାକର୍ମୀ ଆଶଙ୍କା କରୁଛନ୍ତି । ତେଣୁ ସେମାନଙ୍କୁ କାବୁ କରିବାକୁ ଅଭିଯାନ ଚାଲିଛି ।

ଗତ ୧୧ ତାରିଖରେ ଲତିଫ୍ ଏବଂ ଉମର ଅଖରାନରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ୍ କରିଥିଲେ । ଏହାପରେ ଫେରାର ହୋଇଯାଇଥିଲେ । ଯାହା ପରେ ସେମାନେ ସେନା ପାଇଁ ମୋଷ୍ଟ୍ ଓ୍ୱାଣ୍ଟେଡ୍ ହୋଇ ପଡିଥିଲେ । ତେଣୁ ସେମାନଙ୍କୁ ଯେପରି ହେଲେ ଧରିବାକୁ ଅପରସେନ୍ ଚାଲିଛି ।