ନୂଆଦିଲ୍ଲୀ ୧୭।୦୭; ନୀଳ ଚା' ବା ବ୍ଲୁ ଟି ସାଧାରଣ ଚା' ପତ୍ରରୁ ନୁହେଁ, ବରଂ ଅପରାଜିତା (ବଟରଫ୍ଲାଏପି) ଫୁଲରୁ ପ୍ରସ୍ତୁତ ହୁଏ । ଏହାର ନୀଳ ରଙ୍ଗ ଆନ୍ଥାସାୟାନିନ୍ ନାମକ ପ୍ରାକୃତିକ ଉଦ୍ଭିଦ ରଙ୍ଗଦ୍ରବ୍ୟରୁ ଆସେ, ଯାହା ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ।

ଗବେଷଣା କ'ଣ କହୁଛି ?

ପରୀକ୍ଷାଗାର ଓ ପ୍ରାରମ୍ଭିକ ମାନବ ଅଧ୍ୟୟନରୁ ଜଣାପଡ଼ିଛି ଯେ, ନୀଳ ଚା'ରେଥିବା ଆଣ୍ଟି-ଅକ୍ସିଡାଣ୍ଟ କୋଷକୁ କ୍ଷତିକାରକ ଅକ୍ସିଡେଟିଭ୍ ଚାପରୁ କିଛିପରିମାଣରେ ସୁରକ୍ଷା ଦେଇପାରେ । ତେବେ ଏହା ଓଜନ କମାଏ, ରୋଗପୂରାପୂରି ରୋକେ କିମ୍ବା କୋଲେଷ୍ଟେରଲ୍ ନିଶ୍ଚିତ ଭାବେ କମାଏ ବୋଲି ଏପର୍ଯ୍ୟନ୍ତ ଦୃଢ଼ ପ୍ରମାଣ ମିଳିନାହିଁ । ତେଣୁ ଏହାକୁ ଔଷଧର ବିକଳ୍ପ ଭାବେଦେଖିବା ଉଚିତ ନୁହେଁ ।

କିଏ ପିଇପାରିବେ?

ଯେଉଁମାନେ କ୍ଷୀର ଓ ଚିନି ମିଶା ଚା' କମ୍ ପିଇବାକୁ ଚାହାନ୍ତି, ସେମାନଙ୍କ ପାଇଁନୀଳ ଚା' ଏକ ଭଲ ବିକଳ୍ପ ହୋଇପାରେ । ଚିନି ନ ମିଶାଇ ପିଇଲେ ଏଥିରେକ୍ୟାଲୋରି ବହୁତ କମ୍ ଥାଏ ।

କେମିତି ପ୍ରସ୍ତୁତ କରିବେ?

ଏକ କପ୍ ପାଣିରେ ୪ରୁ ୫ଟି ତାଜା କିମ୍ବା ଶୁଖିଲା ଅପରାଜିତା ଫୁଲକୁ ୫ ମିନିଟ୍ଫୁଟାନ୍ତୁ । ଛାଣି ନେବା ପରେ ଇଚ୍ଛା କଲେ କିଛି ବୁନ୍ଦା ଲେମ୍ବୁ ରସ କିମ୍ବା ଅଳ୍ପ ମହୁ ମିଶାଇପିଇପାରିବେ । ଲେମ୍ବୁ ରସ ପକାଇଲେ ଚା'ର ରଙ୍ଗ ନୀଳରୁ ବାଇଗଣୀ ହୋଇଯାଏ ।ତେବେ ମନେରଖନ୍ତୁ, କେବଳ ନୀଳ ଚା' ପିଇଲେ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ।