କଳାହାଣ୍ଡି ୨୩।୮: କଳାହାଣ୍ଡି ହାତୀ ନଦୀରେ ବନ୍ୟା । ୨୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କଳାହାଣ୍ଡି ଜୟପାଟଣା ଓ କଲମପୁର ବ୍ଲକରେ ବନ୍ୟା ସ୍ଥିତି l ଲଗାଣ ବର୍ଷା ପରେ ହାତୀ ନଦୀରେ ବଢୁଛି ଜଳସ୍ତର l ମଙ୍ଗଳପୁର ହାତୀ ବ୍ୟାରେଜରୁ ପ୍ରତି ସେକେଣ୍ଡରେ ୪୧୨ କ୍ୟୁମେକ୍ସ ଜଳ ନିଷ୍କାସନ l ପାଣି ଘେରରେ ପରୁଆଗୁଡ଼ା ଓ ବୁଦେଲବନ୍ଧ ଅଞ୍ଚଳ l

ପରୁଆଗୁଡ଼ାର ପ୍ରାୟ ୨୦୦ ଲୋକଙ୍କୁ ଆଶ୍ରମ ସ୍କୁଲରେ ସୁରକ୍ଷିତ ସ୍ଥାନାନ୍ତର l ସ୍ଥାନାନ୍ତରିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଣ l ଚାଷଜମି, ରାସ୍ତାଘାଟ ଓ ତଳିଆ ଅଞ୍ଚଳ ଜଳମଗ୍ନ l ପରିସ୍ଥିତି ଉପରେ ପ୍ରଶାସନର ତୀକ୍ଷ୍ଣ ନଜର । ନଦୀକୂଳବାସୀଙ୍କୁ ସତର୍କ ରହିବା ସହ ନଦୀ ମଧ୍ୟକୁ ନଯିବାକୁ ପରାମର୍ଶ l

Also Read:- MMDR ବିଲ୍‌କୁ ନେଇ ବିଜେଡିର ଆନ୍ଦୋଳନ ଚେତାବନୀ, ସ୍ୱତନ୍ତ୍ର ଅଧିବେଶନ ଦାବି କଲା କଂଗ୍ରେସ ; ମନ୍ତ୍ରୀ କହିଲେ- ଆଲୋଚନା ପାଇଁ ସରକାର ପ୍ରସ୍ତୁତ

ଇନ୍ଦ୍ରାବତୀର ଉପରମୁଣ୍ଡରେ ଥିବା ଥୁଆମୂଳ ରାମପୁର ବ୍ଲକରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫ ମିଲିମିଟର ବର୍ଷା ହୋଇଥିବା ବେଳେ ତଳ ମୁଣ୍ଡରେ ଥିବା ଜୟପାଟଣାରେ ୨୧୦ ମିଲିମିଟର ଓ କଲମପୁର ବ୍ଲକରେ ୧୪୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Watch Video: