ଭୁବନେଶ୍ବର ୨୩।୮: MMDR ସଂଶୋଧିତ ବିଲ୍କୁ ନେଇ ଓଡ଼ିଶାରେ ରାଜନୈତିକ ବିବାଦ ତୀବ୍ର ହୋଇଛି । ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଲ୍କୁ ବିରୋଧ କରିବା ସହ ଆବଶ୍ୟକ ପଡ଼ିଲେ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛି । ବିଜେଡି ବିଧାୟକ କହିଛନ୍ତି,MMDR ସଂଶୋଧିତ ବିଲ ଯେବେ ପାରିତ ହେଲା, ସେତେବେଳେ ଚୁପ ରହିଲେ ଓଡ଼ିଶାର ବିଜେପି ସାଂସଦ । ଲୋକେ ଭୁଲିବେନି କାରଣ ଦିଲ୍ଲୀର ଓଡ଼ିଶାରକୁ ଆକ୍ରମଣ କରି ରକ୍ତାକ୍ତ କରାଗଲା ।ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ଖଣି ମାଲିକଙ୍କୁ ସୁହାଇବା ପାଇଁ ଏହା ହୋଇଛି । ବିଜେପିକୁ ସେମାନେ ମୋଟା ଆକାରରେ ପାଣ୍ଠି ଦେଇ ପାରିବେ । ଏହାକୁ ବିଜେଡି ନିନ୍ଦା କରୁଛି । ବିଜେପି ନିଜ ଅପାରଗତା ଓ ଭୁଲ ଲୁଚାଇବାକୁ ଅସତ୍ୟ ଓ ବିଭ୍ରାନ୍ତିକର ତଥା ରଖିଲା । ସାହସ ନାହିଁ ବୋଲି MMDR ଉପରେ ବିଜେପି ଆଲୋଚନା କରୁନି । ୨୦୨୪ରେ ସୁପ୍ରିମକୋର୍ଟ ରାଜ୍ୟକୁ ଅଧିକାର ଦେଇଥିଲେ । ଏକ ଲକ୍ଷ କୋଟି ଟଙ୍କା ଆଉ ପାଇବ ନାହିଁ ଓଡ଼ିଶା । ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଯେ କିପରି ଏହି ଏକ ଲକ୍ଷ କୋଟି ରାଜ୍ୟ ହରାଇବ । ବିଜେପି ବିତର୍କକୁ ଆସୁ । ଓଡ଼ିଶା ଆଉ ଲାଭ ପାଇବ ନାହିଁ । ଖଣି ଓଡ଼ିଶାର, ପ୍ରଦୂଷଣ ସହିବ ଓଡ଼ିଶା, ହେଲେ ବାହାର ରାଜ୍ୟର ସ୍ୱାର୍ଥ ପାଇଁ MMDR ବିଲ୍ ପାରିତ ହେଲା । ଓଡ଼ିଶାବାସୀ କ୍ଷମା କରିବେ ନାହିଁ । ଭବିଷ୍ୟତ ଅନ୍ଧାର ହେଲାଣି । ନବୀନ ପଟ୍ଟନାୟକ ସରକାର ୧୫ ହଜାର କୋଟି ବଜେଟ କରିଥିଲେ । ବିଜେପି MMDR ଆଲୋଚନା ନ କରି ଅନ୍ୟ ଆଡ଼କୁ ନେଉଛନ୍ତି ଆଲୋଚନା । ଆବଶ୍ୟକ ପଡିଲେ, ବିଜେଡି ଅର୍ଥନୈତିକ ଅବରୋଧ କରିବ । ଓଡ଼ିଶାବାସୀଙ୍କ ଟଙ୍କା ଯାହା କେନ୍ଦ୍ରକୁ ଦେଇ ଦେଲା ବିଜେପି । ଖଣିକୁ ଜାତୀୟ ସମ୍ପତ୍ତି କହୁଛି ବିଜେପି । ଅର୍ଥାତ ଏବେ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡିବ । ନବୀନ ପଟ୍ଟନାୟକ ଓଡ଼ିଶାକୁ ଭଲ ପାଆନ୍ତି । ସେ ଓଡ଼ିଶାବାସୀଙ୍କ ପାଇଁ ଲଢେଇ ଜାରି ରଖିଛନ୍ତି । ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବାକୁ ଯାଉଛି ବୋଲି ବିଜେଡି ନେତା କହିଛନ୍ତି ।

ସେପଟେ, କେନ୍ଦ୍ର ଏମଏମଡିଆରକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ କରିବ କଂଗ୍ରେସ ।ସ୍ୱତନ୍ତ୍ର ଅଧିବେଶନ ପାଇଁ ସରକାର ଡରୁଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ କହିଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶାର ସ୍ୱାର୍ଥକୁ ବଳି ଦେଉଛନ୍ତି । ଏଯାଏଁ ମୁଖ୍ୟମନ୍ତ୍ରୀ ଚୁପ କାହିଁକି । କଂଗ୍ରେସ ଦଳ ଏହାକୁ ବରଦାସ୍ତ କରିବ ନାହିଁ । ଆମେ ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରୁଛୁ । ସୁପ୍ରିମକୋର୍ଟର ନିୟମ ଅନୁସାରେ ରାଜ୍ୟମାନେ ବକେୟା ଅର୍ଥ ପାଇ ପାରିବେ ।ଝାଡ଼ଖଣ୍ଡ ଏହି ବଳକା ଅର୍ଥ ଆଣିଲା । ହେଲେ ଓଡ଼ିଶା ଚେଷ୍ଟା କଲା ନାହିଁ । ହେଲେ ଦଳ କହୁଛି ରାଜ୍ୟର ଟଙ୍କାଟିଏ କ୍ଷତି ହେବ ନାହିଁ । ବିଜେପି ଦୋ ମୁହାଁ କଥା କହୁଛି । ଆଗାମୀ ଦିନରେ ରାଜ୍ୟର ବୃହତ୍ତ ସ୍ୱାର୍ଥ ପାଇଁ କଂଗ୍ରେସ ଆନ୍ଦୋଳନ ଜୋରଦାର କରିବ । ଦଳ ଏହାକୁ ନେଇ ଜନ ଆନ୍ଦୋଳନ କରିବ । ଖଣି ଖାଦାନକୁ ସବୁ ବନ୍ଦ କରାଯିବ । ଏ ସରକାର ବିଧାନସଭାକୁ ସାମ୍ନା କରିବାକୁ ଡରୁଛନ୍ତି । ଓଡ଼ିଶାକୁ ଶୋଷଣ କରିବା ଢାଞ୍ଚାରେ ଏ ସରକାର ଅଛି । ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏମଏମଡିଆରକୁ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ କଂଗ୍ରେସ ।

MMDR ନେଇ ବିରୋଧୀଙ୍କ ସ୍ଵତନ୍ତ୍ର ଅଧିବେଶନ ଦାବି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ଏ ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଆଗାମୀ ଅଧିବେଶନ ନେଇ ନୋଟିଫିକେସନ ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।