ନୂଆଦିଲ୍ଲୀ,/୦୯ :ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ନମନ ଧୀର ଏବଂ ଜମ୍ମୁ କାଶ୍ମୀରର ବୋଲର ଆକିବ୍ ନବୀଙ୍କୁ ସୁଯୋଗ ମିଳିଛି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଚୟନ କରାଯାଇଛି । କିନ୍ତୁ ଅଲରାଉଣ୍ଜର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବ୍ୟାଟର ଋଷଭ ପନ୍ତ ବାଦ୍ ପଡି଼ଛନ୍ତି । ସେହିପରି ଶ୍ରେୟସ ଆୟରଙ୍କ ଅନୁପସ୍ଥିତି କାରଣରୁ କେଏଲ ରାହୁଲଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ଆସନ୍ତା ୨୭ ତାରିଖରୁ ଏହି ମୁକାବିଲା ଆରମ୍ଭ ହେବ ।

Also Read :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ : ବଳିଷ୍ଠ ନେତୃତ୍ୱରେ ସଶକ୍ତ ହୋଇଛି ଭାରତ, ବିଶ୍ୱରେ ବଢିଛି ଦବଦବା

କାହିଁକି ପନ୍ତ ଆଉଟ୍

କୁହାଯାଉଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଆସନ୍ତା ୨୦ ତାରିଖରେ ଫିଟ୍ ଘୋଷଣା ହେବେ । କିନ୍ତୁ ଚୟନ କମିଟି ତାଙ୍କୁ ସୁଯୋଗ ଦେଇନି । ସେ ଆହତ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ସେ ମ୍ୟାଚରେ ୧୦ ଓଭର ବୋଲିଂ ନକରିବା ଯାଏଁ ତାଙ୍କୁ ଦଳରେ ସୁଯୋଗ ମିଳିବ ନାହିଁ ।

ସେହିପରି ପନ୍ତଙ୍କୁ ଚୟନ ନକରିବାର ବଡ଼ କାରଣ ସାମ୍ନାକୁ ଆସିଛି । ପନ୍ତ ଲଗାତାର ଭାବେ ଦିନିକିଆ ଏବଂ ଟି୨୦ରେ ବିଫଳ ହେଉଛନ୍ତି । ଟେଷ୍ଟରେ ସେ ଦମଦାର ଖେଳ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଧଳା ବଲ୍ କ୍ରିକେଟରେ କରିସ୍ମା କରିପାରୁ ନାହାଁନ୍ତି । ତେଣୁ ଚୟନକର୍ତ୍ତା ତାଙ୍କୁ ସୁଯୋଗ ଦେଇନଥିବା କୁହାଯାଉଛି ।

ଫ୍ୟାନ୍ସଙ୍କ ମତରେ ପନ୍ତ ଭଲ ବ୍ୟାଟର । ଓ୍ୱିକେଟ୍ କିପିଂ ମଧ୍ୟ କରନ୍ତି । ତାଙ୍କୁ ଦିନିକିଆରେ ସୁଯୋଗ ନ ଦେବା ଠିକ୍ ନୁହେଁ । ଏହାଦ୍ୱାରା ପନ୍ତଙ୍କ ପ୍ରତି ଅନ୍ୟାୟ ହୋଇଛି । ହେଲେ ଗତ କିଛି ମ୍ୟାଚର ରେକର୍ଡକୁ ଦେଖିଲେ ଦିନିକିଆ ଏବଂ ଟି୨୦ରେ ତାଙ୍କ ରେକର୍ଡ ସେତେଟା ଭଲ ନାହିଁ । ଟେଷ୍ଟରେ ସେ ଯେପରି ବ୍ୟାଟିଂ କରୁଛନ୍ତି ଦିନିକିଆରେ ସେମିତି ନଜର ଆସୁନି । ଏପରିକି ଆଇପିଏଲରେ ବି ସେ ଦମଦାର ପାଳି ଖେଳିପାରୁ ନାହାଁନ୍ତି ।

ଅନ୍ୟ ଦିଗରେ ପିଟିଆଇର ରିପୋର୍ଟ ଅନୁସାରେ, ଇରାନୀ କପରେ ପନ୍ତଙ୍କୁ ଅଧିନାୟକ ଭାର ମିଳିଛି । ସରଫରାଜ ଖାନ୍ ଉପ ଅଧିନାୟକ ଭାବେ ଖେଳିବେ ।