ଏଭଲିନ୍ ଶର୍ମା ୨୦୧୨ ମସିହାରେ "ଫ୍ରମ୍ ସିଡନୀ ୱିଥ୍ ଲଭ୍" ସହିତ ବଲିଉଡ୍ରେ ଡେବ୍ୟୁ କରିଥିଲେ। ପରବର୍ତ୍ତୀ ସମୟରେ ସେ "ୟେ ଜୱାନି ହୈ ଦିୱାନି," ୟାରିୟାଁ, ଏବଂ "ମୈଁ ତେରା ହିରୋ" ଭଳି ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଶେଷ ଫିଲ୍ମ ଥିଲା "ସାହୋ"। ଯାହା ୨୦୧୯ ମସିହାରେ ମୁକ୍ତିଲାଭ କରିଥିଲା।

ଅଭିନେତ୍ରୀ ଏଭଲିନ୍ ଶର୍ମା ପ୍ରାୟ ସାତ ବର୍ଷ ଧରି ପରଦାରୁ ଦୂରରେ ଅଛନ୍ତି। ସେ ୨୦୨୧ରେ ଅଷ୍ଟ୍ରେଲିଆର ବ୍ରିସବେନରେ ଡେଣ୍ଟାଲ୍ ସର୍ଜନ ତୁଷାନ ଭିଣ୍ଡିଙ୍କୁ ବିବାହ କରିଥିଲେ। ହେଲେ ପାଞ୍ଚ ବର୍ଷ ପରେ ସେମାନେ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ। ଏହି ଦମ୍ପତିଙ୍କ ଦୁଇଟି ସନ୍ତାନ ଅଛନ୍ତି। ଯାହାଙ୍କୁ ସେମାନେ କୋ-ପାରେଣ୍ଟିଂ ଭାବରେ ଲାଳନପାଳନ କରନ୍ତି।

ଏଭଲିନ୍ ଶର୍ମା ମେ ୨୦୨୧ ମସିହାରେ ବିବାହ କରିଥିଲେ । ସେହି ବର୍ଷ ନଭେମ୍ବର ମାସରେ ଝିଅ ଆଭାଙ୍କୁ ଜନ୍ମ ଦେଇଥିଲେ। ପରେ ସେ ୨୦୨୩ ମସିହାରେ ପୁଅ ଆର୍ଡେନ୍ଙ୍କୁ ସ୍ୱାଗତ କରିଥିଲେ। ଏବେ ଅଭିନେତ୍ରୀ ତାଙ୍କ ମାତୃତ୍ୱକୁ ଉପଭୋଗ କରୁଛନ୍ତି ଏବଂ ପ୍ରାୟତଃ ସୋସିଆଲ ମିଡିଆ ପୋଷ୍ଟ ଏବଂ ଲାଇଭ୍ ଚାଟ୍ ମାଧ୍ୟମରେ ଅପଡେଟ୍ ସେୟାର କରନ୍ତି।

ରିପୋର୍ଟ ଅନୁଯାୟୀ, ଏଭଲିନ୍ ଶର୍ମା ବର୍ତ୍ତମାନ ଅଷ୍ଟ୍ରେଲିଆର ସିଡନୀରେ ରୁହନ୍ତି । ତାଙ୍କ ପିଲାମାନଙ୍କ ସହିତ ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ସେୟାର କରନ୍ତି। ସେ ବ୍ରାଣ୍ଡ ପ୍ରମୋସନ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାଧ୍ୟମରେ ରୋଜଗାର କରନ୍ତି। ତାଙ୍କର ଇନଷ୍ଟାଗ୍ରାମରେ ୨ ମିଲିୟନରୁ ଅଧିକ ଲୋକ ଫଲୋର୍ସ ଅଛନ୍ତି।

ଏଭଲିନ୍ ଜଣେ ଜର୍ମାନ-ଭାରତୀୟ ମଡେଲ୍ ଏବଂ ଅଭିନୟରୁ ବ୍ରେକ୍ ପରେ, ଜଣେ ଉଦ୍ୟୋଗୀ ଭାବରେ ଆକ୍ଟିଭ ଅଛନ୍ତି। ସେ ଫ୍ୟାଶନ୍ ଲେବଲକୁ ବଢାଇବା ପାଇଁ "ଇନ୍ଫିନିଟି 8" ନାମକ ଏକ ଚାରିଟି ଷ୍ଟୋର୍ ଚଳାନ୍ତି। ସେ ତାଙ୍କର ପାରେନ୍ଟିଂ ଓ ମଦରହୁଡର ଅଭିଜ୍ଞତା ବିଷୟରେ ଏକ ପଡକାଷ୍ଟ ମଧ୍ୟ ଚଳାନ୍ତି।