ନୂଆଦିଲ୍ଲୀ: ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସୋମବାର କହିଛନ୍ତି ଯେ, ଇସ୍ରାଏଲ ଶତ୍ରୁ ବିନା ରହିପାରିବ ନାହିଁ । ଇସ୍ରାଏଲ ସରକାର ଏବେ ତୁର୍କୀକୁ ଶତ୍ରୁ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଦାବି କରିଛନ୍ତି । ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ତୁର୍କୀ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି ସପ୍ତାହରେ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି ।

କ’ଣ କହିଲେ ତୁର୍କୀର ବୈଦେଶିକ ମନ୍ତ୍ରୀ ?

ସରକାରୀ ସମାଚାର ଏଜେନ୍ସି ଆନାଡୋଲୁ ସହିତ ଏକ ଟେଲିଭିଜନ ସାକ୍ଷାତକାରରେ ଫିଦାନ କହିଛନ୍ତି, ଇସ୍ରାଏଲ ଶତ୍ରୁ ବିନା ରହିପାରିବ ନାହିଁ। ଆମେ ଦେଖୁଛୁ ଯେ, କେବଳ ନେତାନ୍ୟାହୁ ପ୍ରଶାସନ ନୁହେଁ ବରଂ କିଛି ବିରୋଧୀ ନେତା ତୁର୍କୀକୁ ନୂତନ ଶତ୍ରୁ ଘୋଷଣା କରିବାକୁ ଚେଷ୍ଟା କରୁଛନ୍ତି। ଏହା ଇସ୍ରାଏଲରେ ଏକ ନୂତନ ବିକାଶ, ଯାହା ଏକ ରାଷ୍ଟ୍ର ରଣନୀତିର ରୂପ ନେଉଛି।

Also Read: ହର୍ମୁଜରେ ନାକାବନ୍ଦୀ ଆରମ୍ଭ କଲା ଆମେରିକ, ଟ୍ରମ୍ପ କହିଲେ- ପାଖକୁ ଆସିଲେ ଉଡ଼ାଇ ଦେବୁ ଜାହାଜ

ବିବାଦ କାହିଁକି ବଢ଼ୁଛି ?

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନଙ୍କୁ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ ନିଜର କୁର୍ଦ୍ଦିସ୍ ନାଗରିକଙ୍କ ବିରୁଦ୍ଧରେ ନରସଂହାର ଚଳାଇବା ନେଇ ଅଭିଯୋଗ କରିଛନ୍ତି ନେତାନ୍ୟାହୁ । ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ନେତାନ୍ୟାହୁ କହିଛନ୍ତି, ‘ମୋ ନେତୃତ୍ୱରେ ଇସ୍ରାଏଲ ଇରାନ ଏବଂ ଏହାର ସହଯୋଗୀଙ୍କ ଆତଙ୍କବାଦୀ ଶାସନ ବିରୁଦ୍ଧରେ ଲଢ଼ିବା ଜାରି ରଖିବ । ଏର୍ଦୋଗାନ୍ ସେମାନଙ୍କୁ ସମର୍ଥନ କରୁଛନ୍ତି ଏବଂ ତାଙ୍କ ନିଜ କୁର୍ଦ୍ଦିସ୍ ନାଗରିକଙ୍କ ବିରୁଦ୍ଧରେ ନରସଂହାର କରୁଛନ୍ତି।’

ଜବାବ ଦେଲେ ଏର୍ଦୋଗାନ

ଏର୍ଦୋଗାନ ଜବାବ ଦେଇ କହିଥିଲେ, ଯଦି ପାକିସ୍ତାନରେ ଆମେରିକା-ଇରାନ ଶାନ୍ତି ଆଲୋଚନା ବିଫଳ ହୁଏ, ତେବେ ତୁର୍କୀ ଇସ୍ରାଏଲକୁ ଶିକ୍ଷା ଦେବା ପାଇଁ ଆକ୍ରମଣ କରିବ। ଅନ୍ୟ ତୁର୍କୀ ନେତାମାନେ ମଧ୍ୟ ଇସ୍ରାଏଲ ବିରୁଦ୍ଧରେ ବିବୃତ୍ତି ଜାରି କରିଥିଲେ। ଆଜି, ତୁର୍କୀ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ଆହୁରି ଦର୍ଶାଉଛି ଯେ, ତୁର୍କୀ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ଭିନ୍ନ ମୋଡ଼ ନେଉଛି ।