ପୁରୀ ୧୮।୧୧ : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କାକୁ ନେଇ ସତର୍କତାମୂଳକ ପଦକ୍ଷେପ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ତିନି ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ ରହିବ। କେବଳ ମନ୍ଦିର ନୁହେଁ, ନିକଟସ୍ଥ ଶରଧାବାଲିକୁ ମଧ୍ୟ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ।

ତେବେ ଏହି ତିନି ଦିନ ମଧ୍ୟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେହିପରି ମନ୍ଦିର ନିକଟସ୍ଥ ଶରଧାବାଲିକୁ ମଧ୍ୟ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ବାତ୍ୟା ଓ ବର୍ଷା ସମୟରେ ଅଘଟଣକୁ ଏଡ଼ାଇବା ସହ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି।

Also Read:-ବାତ୍ୟା ପାଇଁ ଆକ୍ସନରେ ସରକାର, ୪ ଜିଲ୍ଲା ପାଇଁ ୪ IAS ଅଧିକାରୀଙ୍କୁ ଦାୟିତ୍ୱ

ନଭେମ୍ବର ୧୯, ୨୦ ଓ ୨୧ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ପାଇଁ ଆସିବାକୁ ଯୋଜନା କରିଥିବା ଭକ୍ତମାନେ ଏହାକୁ ଧ୍ୟାନରେ ରଖିବାକୁ ଅନୁରୋଧ। ପ୍ରଶାସନର ଏହି ନିଷ୍ପତ୍ତିକୁ ମାନିବା ସହ ସୁରକ୍ଷା ଦୃଷ୍ଟିରୁ ସହଯୋଗ କରିବାକୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି। ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ତିନି ଦିନିଆ କଟକଣା ଲାଗୁ କରାଯାଇଛି।