ଭୁବନେଶ୍ବର ୧୮।୧୧: ବଦଳିଲା ଭୀଷଣ ବାତ୍ୟା 'ଅକଭାନ୍'ର ଗତିପଥ । ଉତ୍ତର ଆନ୍ଧ୍ର ଓ ୟେନମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳକୁ ଆସିପାରେ ଭୀଷଣ ବାତ୍ୟା । ଆନ୍ଧ୍ର ନରସାପୁର ଏବଂ ପୁରୀ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ଅକଭାନ୍'। ଘଣ୍ଟାପ୍ରତି ୭ କି.ମି. ବେଗରେ ଆଗକୁ ବଢୁଛି 'ଅକଭାନ୍' । ଗୋପାଳପୁର ଠାରୁ ୭୧୦ କି.ମି., ପୁରୀ ଠାରୁ ୭୭୦ କି.ମି. ଦୂରରେ ଏବଂ ବିଶାଖାପାଟନମ୍ ଠାରୁ ୫୮୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି । ବାତ୍ୟା ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କି.ମି. ଗେବରେ ପବନ ବହିବ। ଏହି ସମୟରେ ଝଟ୍କା ପବନ ୧୨୦ କି.ମି. ପର୍ଯ୍ୟନ୍ତ ରହିବ ।

ବାତ୍ୟା 'ଅକଭାନ୍' ପ୍ରଭାବରେ ୧୯ ଏବଂ ୨୦ ତାରିଖରେ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।