ଲକ୍ଷ୍ନୌ: ଗୁଜରାଟ ଟାଇଟନ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୭ ୱିକେଟରେ ପରାସ୍ତ କରିଛି। ଶୁଭମନ ଗିଲ ଏବଂ ଜସ୍ ବଟଲରଙ୍କ ଅର୍ଦ୍ଧଶତକ ଆଇପିଏଲ ୨୦୨୬ ସିଜନରେ ଗୁଜରାଟକୁ ଲଗାତାର ଦ୍ୱିତୀୟ ବିଜୟ ଦେଇଛି । ଏହି ସମୟରେ, ବଟଲର୍ ତାଙ୍କ T20 କ୍ୟାରିୟରରେ ୧୪୦୦୦ ରନ ଅତିକ୍ରମ କରିଛନ୍ତି। ବଟଲର୍ ୬୦ ରନ କରି ଇତିହାସ ରଚିଛନ୍ତି, ଗିଲ୍ ୫୬ ରନ କରିଛନ୍ତି। ପୂର୍ବରୁ, ପ୍ରସିଦ୍ଧ କୃଷ୍ଣ ୪ ୱିକେଟ ନେଇ LSGର ବ୍ୟାଟିଂ ଲାଇନ-ଅପ୍ ଧ୍ବସ୍ତ କରି ଦେଇଥିଲେ ।

୧୪ ହଜାର ରନ ପୂରଣ କଲେ ଜସ୍ ବଟଲର

ଜସ୍ ବଟଲର୍ ତାଙ୍କ ଟି-୨୦ କ୍ୟାରିୟରରେ ୧୪,୦୦୦ ରନ୍ ଅତିକ୍ରମ କରିବାରେ ବିଶ୍ୱର ପଞ୍ଚମ ବ୍ୟାଟର ହୋଇଛନ୍ତି। ତାଙ୍କ ପୂର୍ବରୁ କ୍ରିସ୍ ଗେଲ୍, କିରନ୍ ପୋଲାର୍ଡ, ଆଲେକ୍ସ ହେଲ୍ସ ଏବଂ ଡେଭିଡ୍ ୱାର୍ଣ୍ଣର ଅଛନ୍ତି। ସେ ଲକ୍ଷ୍ନୌ ବିପକ୍ଷରେ ୩୭ ବଲରୁ ୬୦ ରନର ଇନିଂସ ଖେଳି ଏହି ସଫଳତା ହାସଲ କରିଛନ୍ତି । ବଟଲର୍ ଏପର୍ଯ୍ୟନ୍ତ ୧୭୬ ରନ୍ କରି ଆଇପିଏଲ୍ ୨୦୨୬ରେ ଅରେଞ୍ଜ କ୍ୟାପ୍ ପାଇଁ ମଧ୍ୟ ଦାବିଦାର ହୋଇଛନ୍ତି।

Also Read: IPLରେ ଧୂମ ମଚାଇବାକୁ ଆସୁଛନ୍ତି ୧୮ କୋଟିର ଖେଳାଳି, କ୍ରିକେଟ୍ ବୋର୍ଡରୁ ମିଳିଲା NOC

ଶୁଭମନ ଗିଲ ଏବଂ ପ୍ରଷିଦ୍ଧ କୃଷ୍ଣଙ୍କ ଦମଦାର ପ୍ରଦର୍ଶନ

ପ୍ରଷିଦ୍ଧ କୃଷ୍ଣ ଗୁଜରାଟ ଟାଇଟନ୍ସର ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ସେ ଚାରି ଓଭର ବୋଲିଂ କରିଥିଲେ ଏବଂ ମାତ୍ର ୨୮ ରନ ଦେଇ ୪ଟି ୱିକେଟ ନେଇଥିଲେ। କୃଷ୍ଣ ବର୍ତ୍ତମାନ ପର୍ପଲ କ୍ୟାପ୍ ହୋଲ୍ଡର, ସେ ଏହି ସିଜନରେ ଏପର୍ଯ୍ୟନ୍ତ ୧୦ ୱିକେଟ୍ ନେଇଛନ୍ତି। ତାଙ୍କର ଘାତକ ବୋଲିଂ ଫଳରେ ଗୁଜରାଟ ଏଲଏସଜିକୁ ୧୬୪ ରନରେ ସୀମିତ ରଖିଥିଲା ।

୧୬୫ ରନର ଟାର୍ଗେଟ ପିଛା କରି, ଗୁଜୁରାଟ ଟାଇଟନ୍ସର ଶୁଭମନ ଗିଲ ଏବଂ ସାଇ ସୁଦର୍ଶନ ୪୫ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ଗତ ସିଜନର ଅରେଞ୍ଜ କ୍ୟାପ୍ ବିଜେତା ସୁଦର୍ଶନ ୧୫ ରନ କରି ଆଉଟ ହୋଇଥିଲେ। ତଥାପି, ଗିଲ ଏବଂ ଜସ୍ ବଟଲର୍ ମିଳିତ ଭାବରେ ୮୪ ରନର ଏକ ଭାଗୀଦାରି କରି ଗୁଜରାଟକୁ ବିଜୟର ନିକଟତର କରିଥିଲେ। ଗିଲ୍ ୪୦ ବଲରୁ ୫୬ ରନ ସଂଗ୍ରହ କରିଥିଲେ, ବଟଲର୍ ୬୦ ରନ କରିଥିଲେ ।

ୱାଶିଂଟନ୍ ସୁନ୍ଦର (୨୧ ରନ୍) ଏବଂ ରାହୁଲ ତେଓ୍ବତିଆ (୧୦) ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି । ଗୁଜରାଟ ୮ ବଲ ବାକି ଥାଇ ମ୍ୟାଚ୍ ଜିତି ନେଇଛି। ଏହି ବଡ଼ ବିଜୟ ସହ ଗୁଜରାଟର ନେଟ ରନ ରେଟ୍ ବଢ଼ାଇଛି ।