ନୂଆଦିଲ୍ଲୀ ୦୬୦୯ଏୟାର ସୋ ବେଳେ ବଡ଼ ଦୁର୍ଘଟଣା । କ୍ରାସ୍ ହେଲା ଫାଇଟର୍ ଜେଟ୍ । ଗ୍ରୀକ୍ ରାଜଧାନୀ ଏଥେନ୍ସରେ ଏୟାର ସୋ' ବେଳେ ଏହି ଅଘଟଣ ଘଟିଛି । ୨ସିଟର ଏଫ୍-୪ ଫାଣ୍ଟମ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଫାଇଟର ଜେଟ୍ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତୁରନ୍ତ ଏୟାର ସୋ' ବାତିଲ୍ ସହ ତଦନ୍ତ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡୁଥିବାର ଦେଖିବାକୁ ମିଳିଛି । ଏହାପରେ ଆକାଶ କଳା ଧୂଆଁ ଉଠୁଛି ।

ଏୟାର ସୋ ଦେଖିବାକୁ ଆସିଥିବା ଲୋକଙ୍କ ପାଖରୁ ମାତ୍ର ୧୦୦ ମିଟରରେ ଏହି ଦୁର୍ଘଟଣା ଘଟିଛି । ଗ୍ରୀକ୍ ରାଜଧାନୀ ଏଥେନ୍ସର ଉତ୍ତରରେ ଥିବା ତାନାଗ୍ରା ଏୟାର ବେସରେ ଏହି ଦୁର୍ଘଟଣା ଘଟିଛି । ଯେଉଁଠାରେ ଏୟାର ସୋ ଅନୁଷ୍ଠିତ ହୋଇଥିଲା । ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ରଏଟର୍ସ ଲେନ୍ ଆଖପାଖ ଭିତ୍ତିଭୂମି ଏବଂ ପର୍ବତକୁ ଆଧାର କରି ଘଟଣାର ସ୍ଥାନ ନିଶ୍ଚିତ କରିଛି । ଯାହା ଅଭିଲେଖାଗାର ଏବଂ ଉପଗ୍ରହ ଚିତ୍ର ସହିତ ମେଳ ଖଉଛି । ଫାଇଲର ମେଟେଡାଟା ଏବଂ ଅଞ୍ଚଳରେ ବିମାନ ଦୁର୍ଘଟଣାର ରିପୋର୍ଟ ଦ୍ୱାରା ଖବର ସାମ୍ନାକୁ ଆସିଛି ।

ଏୟାର ବେସରେ ସ୍ଥାପିତ ଲାଉଡସ୍ପିକର ମାଧ୍ୟମରେ ଲୋକଙ୍କୁ ଏହି ଅଞ୍ଚଳ ଛାଡିବାକୁ ନିବେଦନ କରାଯାଇଥିଲା । ଦୁର୍ଘଟଣାଗ୍ରସ୍ତ ଏଫ୍-୪ ବିମାନ ଏଥେନ୍ସର ଫ୍ଲାଇଙ୍ଗ୍ ୱିକରେ ଭାଗ ନେଉଥିଲା । ଏହା ଏକ ବାର୍ଷିକ କାର୍ଯ୍ୟକ୍ରମ ଯେଉଁଥିରେ ଅନେକ ଦେଶର ନାଗରିକ ଏବଂ ବେସାମରିକ ବିମାନ ଚଳାଚଳ ଦଳ ଅଂଶଗ୍ରହଣ କରିଥାନ୍ତି ।