ନୂଆଦିଲ୍ଲୀ: ar rahman controversy ଏଆର୍ ରହମାନ...ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ଏହି ନାଁ ହିଁ ଯଥେଷ୍ଟ। ବଲିଉଡ ଓ ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀରେ ତାଙ୍କର ପ୍ରାୟ ୩୦ ବର୍ଷର କ୍ୟାରିୟର ହୋଇଗଲାଣି। ଏହି ଲମ୍ବା ଯାତ୍ରା ଭିତରେ ସେ କେବେ କେଉଁଠି ଖୁବ୍ କ୍ୱିଚିତ୍ ବିବାଦରେ ଫସିଥିବେ। ହେଲେ ନିକଟରେ ଏକ ସାକ୍ଷାତ୍କାରରେ ଛାବା ଚଳଚ୍ଚିତ୍ର ବିଷୟରେ ଆଲୋଚନା କଲା ବେଳେ ପରୋକ୍ଷରେ ବଲିଉଡ୍‌କୁ ଟାର୍ଗେଟ୍ କରି ରହମାନ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ନେଇ ସେ ଏବେ ବଡ଼ ବିବାଦ ଭିତରେ।

ରହମାନଙ୍କ ମନ୍ତବ୍ୟକୁ ନେଇ ଜନସଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଇଣ୍ଟରନେଟ୍‌ରେ ରହମାନଙ୍କୁ ନାନା ସମାଲୋଚନା କରାଯାଇଛି। କେବଳ ସାଧାରଣ ଜନତା ନୁହେଁ, ବଲିଉଡ୍‌ରେ ଏକାଧିକ ମ୍ୟୁଜିସିଆନ, ଗୀତିକାର ଓ ସିନେ ଇଣ୍ଡଷ୍ଟ୍ରୀର ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିତ୍ୱତାଙ୍କ କଥାରେ ଅଶନ୍ତୋଷ ପ୍ରକାଶ କରିଛନ୍ତି।

ବରିଷ୍ଠ ଗୀତିକାର ଜାଭେଦ ଅଖତରଙ୍କଠାରୁ ଆରମ୍ଭ କରି କଣ୍ଠଶିଳ୍ପୀ ଶାନ ଏବଂ କଙ୍ଗନା ରାଣାୱତଙ୍କ ପର୍ଯ୍ୟନ୍ତ,ଅନେକ କଳାକାର ଏ.ଆର. ରହମାନଙ୍କ ସାମ୍ପ୍ରଦାୟିକ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଷ୍ଟାର ସମର୍ଥନ କରିଥିବା ବେଳେ,ଅନେକ ତାଙ୍କ ବୟାନକୁ ବିରୋଧ ମଧ୍ୟ କରିଛନ୍ତି। ବିବାଦ ଆଗକୁ ବଢ଼ିବା ପରେ ରହମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏଥିରେ ରହମାନ ସଫେଇ ଦେଇଛନ୍ତି। ତେବେ ସେ କଣ କହିଛନ୍ତି ଆସନ୍ତୁ ଜାଣିବା।

ରମାନ ତାଙ୍କ ବୟାନରେ କହିଛନ୍ତିପ୍ରିୟ ବନ୍ଧୁମାନେ,ସଙ୍ଗୀତ ସବୁବେଳେ ମୋ ପାଇଁ ସଂସ୍କୃତିକୁ ସଂଯୋଗ କରିବା,ଉପଭୋଗ କରିବା ଏବଂ ସମ୍ମାନ କରିବାର ଏକ ମାଧ୍ୟମ ହୋଇଆସିଛି। ଭାରତ ମୋର ପ୍ରେରଣା,ମୋର ଗୁରୁ ଏବଂ ମୋ ଘର। ମୁଁ ବୁଝୁଛି ଯେ ବେଳେ ବେଳେ ବିଚାରକୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୁଏ,କିନ୍ତୁ ମୋ ଲକ୍ଷ୍ୟ ସର୍ବଦା ସଙ୍ଗୀତ ମାଧ୍ୟମରେ ଉପରକୁ ଉଠିବା।

ମୁଁ କେବେ କାହାର ଭାବନାକୁ ଆଘାତ ଦେବାକୁ ଉଦ୍ଦେଶ୍ୟ ରଖେ ନାହିଁ,ଏକଥାରେ ଲୋକମାନେ ମୋ ସହ ସହମତ ହେବେ ବୋଲି ମୁଁ ଆଶା କରୁଛି। ମୁଁ ଜଣେ ଭାରତୀୟ ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଏଥିରେ ମୋତେ ନିଜକୁ ଜାହିର କରିବାର ସ୍ୱାଧୀନତାମିଳେ, ଏବଂ ଆମ ଦେଶର ବିବିଧ ସଂସ୍କୃତିକୁ ଉପଭୋଗ କରିବାର ସୁଯୋଗ ଦିଏ।

ରହମାନ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ମ୍ୟୁଜିକ ପ୍ରଦର୍ଶନ କରିବା ଠାରୁ ଆରମ୍ଭ କରି ଯୁବ ନାଗା ସଙ୍ଗୀତକାରଙ୍କ ସହ କାମ କରିବା,ସନସାଇନ୍ ଅର୍କେଷ୍ଟ୍ରାର ମେଣ୍ଟେନ କରିବା ଠାରୁ ଆରମ୍ଭ କରି ଭାରତର ପ୍ରଥମ ବହୁସାଂସ୍କୃତିକ ଭର୍ଚୁଆଲ୍ ବ୍ୟାଣ୍ଡ,ସିକ୍ରେଟ୍ ମାଉଣ୍ଟେନ୍ ସୃଷ୍ଟି କରିବା ଏବଂ ରାମାୟଣ ପାଇଁ ସଙ୍ଗୀତ ରଚନା କରିବା ପର୍ଯ୍ୟନ୍ତ,ପ୍ରତ୍ୟେକ ଯାତ୍ରା ମୋର ଉଦ୍ଦେଶ୍ୟକୁ ଦୃଢ଼ କରିଛି। ମୁଁ ଏହି ଦେଶ ପ୍ରତି କୃତଜ୍ଞ ଏବଂ ଇତିହାସକୁ ସମ୍ମାନ କରୁଥିବା,ବର୍ତ୍ତମାନକୁ ପାଳନ କରୁଥିବା ଏବଂ ଭବିଷ୍ୟତକୁ ପ୍ରେରଣା ଦେଉଥିବା ସଙ୍ଗୀତ ସୃଷ୍ଟି କରିବାକୁ ଅପେକ୍ଷା କରିଛି। ଜୟ ହିନ୍ଦ,ଜୟ ହୋ।

ରହମାନଙ୍କ କେଉଁ କଥାରେ ହେଲା ବିବାଦ?ସଂଗୀତଜ୍ଞ ଏ.ଆର. ରହମାନ,ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ,ବଲିଉଡକୁ ସମାଲୋଚନା କରିଥିଲେ ଏବଂ "ଛାଭା" ଚଳଚ୍ଚିତ୍ରକୁ ନେଇ ଏକ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିଲେ। ବଲିଉଡ୍ରେ କ୍ଷମତା ପରିବର୍ତ୍ତନ ଏବଂ କାମର ଅଭାବ ବିଷୟରେ ବି କହିଥିଲେ। ସେ ୮ ବର୍ଷ ହେଲା ବଲିଉଡ୍ରେ ବହୁତ କମ କାମ ପାଉଛନ୍ତି ବୋଲି କହିଥିଲେ।ଇଣ୍ଡଷ୍ଟ୍ରୀ ସାମ୍ପ୍ରଦାୟିକ ହୋଇଯାଇଛି ବୋଲି ତାଙ୍କୁ କାମ ମିଳୁ ନାହିଁ ବୋଲି ସେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଗୀତିକାର, କବିଜାଭେଦ ଅଖତର,କଣ୍ଠଶିଳ୍ପୀଶାନ,ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ମୀରା ଚୋପ୍ରା ସମେତ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅସହମତି ପ୍ରକାଶ କରିଥିଲେ।

ଣ କହିଲେ ଜାଭେଦ ଅଖତର?

ଜାଭେଦ୍ ଅଖତର ରହମାନଙ୍କ କଥାରେ ସହମତ ନୁହେଁ ବୋଲି କହିଥିଲେ। ଏବଂ ରହମାନ ଏଭଳି ମନ୍ତବ୍ୟ ଦେଇଥିବେ ଏକଥା ତାଙ୍କର ବିଶ୍ୱାସ ହେଉ ନାହିଁ। ବୋଧହୁଏ ତାଙ୍କ କଥାର ଓଲଟା ଅର୍ଥ ବାହାର କରାଯାଉଛି ବୋଲି ଅଖତର କହିଥିଲେ। ଇଣ୍ଡିଆଟୁଡେକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତିମୁଁ ଏଥିରେ ଏକମତ ନୁହେଁ। ସେ ଯେ ଏଭଳି କଥା କହିଥିବେ, ଏଥିରେ ମୋତେ ସନ୍ଦେହ ହେଉଛି। ରହମାନ ଜଣେ ମହାନ କମ୍ପୋଜର। ଏବଂ ବହୁତ ଲୋକ ତାଙ୍କୁ ସମ୍ମାନ ଦିଅନ୍ତି। ତାଙ୍କର ବ୍ୟକ୍ତିତ୍ୱ ଖୁବ୍ ବଡ଼। ତେଣୁ ତାଙ୍କ ପାଖରେ ଲୋକେ ପହଞ୍ଚିବାକୁ ଭୟ କରୁଛନ୍ତି।ସେମାନ ତାଙ୍କ ସହ କଥା ହେବାକୁ ତାଙ୍କୁହ୍ୟାଣ୍ଡେଲ୍ କରିବାକୁ ଭୟ କରନ୍ତି। କିନ୍ତୁ ଏହା ଏକ ଭୁଲ ଧାରଣ। ଲୋକେ ତାଙ୍କ ପ୍ରତି ସମ୍ମାନ ଓ ଡର ଯୋଗୁ ଦୂରେଇ ରୁହନ୍ତି। ଏବଂ କୁହନ୍ତି ଇଏ ତ ବହୁତ ବଡ଼ ଲୋକ, ଆମ ଦ୍ୱାରା ହେବନି।