ଭୁବନେଶ୍ବର ୭।୧୦: ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ମାମଲାର ୭ ବର୍ଷ ପରେ ଅନ୍ୟତମ ପଳାତକ ମୁକୁଳିଲା I ଅଭିଯୁକ୍ତ ବୁଧ ଦେବ ନାୟକ ଓରଫ ବୁଦ୍ଧିଆକୁ ମିଳିଲା ଜାମିନ I ଏ ଥିଲା ହତ୍ୟାକାଣ୍ଡ ମାମଲାର ଶେଷ ଅଭିଯୁକ୍ତ I ସିବିଆଇ ବୁଦ୍ଧିଆକୁ ପଳାତକ ଘୋଷଣା କରିଥିଲା I ପରେ ଅଭିଯୁକ୍ତ ୨୦୧୯ ମସିହା ୯ ତାରିଖରେ ସେ ଗିରଫ ହୋଇଥିଲା I ଭୁବନେଶ୍ୱର ଏଡିଜେ ୪ କୋର୍ଟରୁ ତାଙ୍କୁ ଜାମିନ ମିଳିଛି I

Also Read:- ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ; ୯ରୁ ନାମାଙ୍କନ, ୧୫ରେ ଭୋଟ୍

ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହା ଜାନୁଆରୀ ୨୨ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମରେଘଟିଥିଲା ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ।ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁଗାଡ଼ି ଭିତରେ ଜୀବନ୍ତପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସେତେବେଳେ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା ।

Watch Video: