ଭୁବନେଶ୍ବର ୭।୧୦: ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ୧୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ୧୪ ତାରିଖରେ ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ । ୧୫ ତାରିଖରେ ଭୋଟ୍ ଗ୍ରହଣ, ୧୬ ତାରିଖରେ ଶପଥ ଗ୍ରହଣ ହେବ । କ୍ୟାମ୍ପସରେ ଲିଙ୍ଗଡୋ କମିସନଙ୍କ ନିୟମ କଡ଼ାକଡ଼ି ପାଳନ ହେବ ।

ସେପଟେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ । କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷକରି ଅଣଛାତ୍ରଙ୍କ ଗତିବିଧି ଉପରେ କଡ଼ା ନଜର ରଖିବାକୁ ନିଷ୍ପତ୍ତି ହୋଇଛି ।

Also Read:- ବିଜେଡି ଉପରେ ବିଜେପି ଚାପ ! ସାଲୁଜା ଆଣିଲେ ସାଂଘାତିକ ଅଭିଯୋଗ

ସ୍ବତନ୍ତ୍ର ଭାବେ ତିନି ଜଣିଆ ସମନ୍ବୟ କମିଟି ଗଠନ କରାଯିବ । ଯେଉଁଥିରେ ଜିଲ୍ଲାପାଳ, ଏସ୍ପି ଓ କଲେଜ କର୍ତ୍ତୃପକ୍ଷ ସଦସ୍ୟ ରହିବେ । ଜିଲ୍ଲାପାଳ ଏବଂ ଏସ୍ପି କ୍ୟାମ୍ପସ୍ ପରିଦର୍ଶନ କରିବେ । କ୍ୟାମ୍ପସ୍‌ରେ ଯେପରି ଅଣଛାତ୍ରଙ୍କ ହସ୍ତକ୍ଷେପ ନ ହୁଏ ସେଥିପ୍ରତି କମିଟି ନଜର ରଖାଯିବ ।

Watch Video: