ଭୁବନେଶ୍ବର ୩।୧: ସରକାର ଲଗାଇବେ ସ୍ମାର୍ଟ ମିଟର । କ୍ୟାବିନେଟ୍ ନିଷ୍ପତ୍ତି ପରେ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଏ ନେଇ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ । ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨ କିଲୋ ୱାଟ ପର୍ଯ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ । ଏହି ବାବଦକୁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା ।

ସେହିପରି ୨ ଲକ୍ଷ ୭୮ ହଜାର ୧୦୦ ଉପଭୋକ୍ତା ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବା ପାଇଁ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ । ମାର୍ଚ୍ଚ ୨୦୨୫ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କୁ ମିଟର ଭଡ଼ା ବାବଦକୁ ୩୦୭ କୋଟି ଟଙ୍କା ବହନ କରିବେ ସରକାର । ସ୍ମାର୍ଟ ମିଟର ଏବଂ ମିଟର ଭଡ଼ାଛାଡ଼କୁ ଲଗାଇ ୭୩୫ କୋଟି ଖର୍ଚ୍ଚ କରିବେ ସରକାର ।

ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ । ସମ୍ପୃକ୍ତ DISCOM ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ ।

​​​​​​​