ଭୁବନେଶ୍ୱର ୦୩।୦୯ : ସରକାର ବାଣ୍ଟିଲେ ପିଆଜ । ୩୫ ଟଙ୍କାରେ କିଲୋ ପିଆଜ। ଭୁବନେଶ୍ବରରେ କେନ୍ଦ୍ର ସରକାର ବାଣ୍ଟିଲେ ପିଆଜ। ଲୋକେ ବୋହି ନେଲେ କ୍ଵିଣ୍ଟାଲ କ୍ଵିଣ୍ଟାଲ ପିଆଜ। ଖୁବ ଭିଡ଼ ମଧ୍ୟ ଲାଗିଛି ।

ଖବର ଅନୁଯାୟୀ, ଖୋଲା ବଜାରରେ ପିଆଜ କିଲୋ ୬୦ ଟଙ୍କା ଦେଇ ଗ୍ରାହକ କିଣୁଛନ୍ତି। ଏହି ସମୟରେ ଖାଉଟିଙ୍କ ପାଇ ଆଶ୍ଵସ୍ତି ଆଣି ଦେଇଛି କେନ୍ଦ୍ର ସରକାରଙ୍କ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟର ରିହାତି ପିଆଜ। କେନ୍ଦ୍ର ସରକାରଙ୍କ ସଂସ୍ଥା NCCF ପକ୍ଷରୁ ଆଜି ଭୁବନେଶ୍ୱରରେ ରିହାତି ଦରରେ ପିଆଜ ବଣ୍ଟନ ର ଶୁଭାରମ୍ଭ କରାଯାଇଛି। ରିହାତି ଦରରେ ପିଆଜ କିଣିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

Watch Video:-