ନୂଆଦିଲ୍ଲୀ: ସୁନା ମୂଲ୍ୟରେ ହ୍ରାସ ଧାରା ପୁଣି ଥରେ ଆରମ୍ଭ ହୋଇଛି । ଜାନୁଆରୀ ୨୯ରେ ପ୍ରତି ୧୦ ଗ୍ରାମ ପିଛା ୧.୭୬ ଲକ୍ଷ ଟଙ୍କାରେ ପହଞ୍ଚିଥିବା ସୁନା ଏବେ ଖସି ୧.୫୦ ଲକ୍ଷ ଟଙ୍କା ପାଖାପାଖି ହୋଇଗଲାଣି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଲଗାତାର କମିବାରେ ଲାଗିଛି ।

ସୁନା ଦରରେ କେତେ ହ୍ରାସ ?

ଅନ୍ତର୍ଜାତୀୟ ବଜାରରୁ ଆରମ୍ଭ କରି ଶରଫା ବଜାର ପର୍ଯ୍ୟନ୍ତ ସୁନା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଗ୍ଲୋବାଲ୍ ମାର୍କେଟ୍ କଥା କହିଲେ, ସ୍ପଟ୍ ଗୋଲ୍ଡ ଦର ପାଖାପାଖି ୩୦ ଡଲାର ଖସି ୪,୩୦୦.୫୧ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ଏମସିଏକ୍ସରେ ସୁନା ଲଗାତାର ଦ୍ୱିତୀୟ ଦିନରେ ବଡ଼ ହ୍ରାସ ଦେଖିଛି । ଅକ୍ଟୋବର ଡେଲିଭରୀ ସୁନା ଦର ୧୧୨୮ ଟଙ୍କା ଖସି ପ୍ରତି ୧୦ ଗ୍ରାମକୁ ୧,୫୦,୬୦୧ ଟଙ୍କାରେ ପହଞ୍ଚିଛି । ଏମସିଏକ୍ସରେ ରୁପା ୧୮୯୯ ଟଙ୍କା କମ ହୋଇ ପ୍ରତି କିଲୋଗ୍ରାମକୁ ୨,୨୭,୬୫୦ ଟଙ୍କାରେ ପହଞ୍ଚିଛି ।

'ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍' ୱେବସାଇଟରେ ସୁନା ଦର କ୍ୟାରେଟ୍ ହିସାବରେ ଜାରି କରାଯାଇଥାଏ । ଆଇବିଜେଏ ୱେବସାଇଟ୍ ଅନୁଯାୟୀ ୨୪ରୁ ୧୪ କ୍ୟାରେଟ୍ ସୁନା ଏବଂ ରୁପା ଦର ରହିଛି-

୨୪ କ୍ୟାରେଟ୍ ଶୁଦ୍ଧ ସୁନା- ୧,୫୧,୩୨୮ (ପ୍ରତି ୧୦ ଗ୍ରାମ)

୨୨ କ୍ୟାରେଟ୍ ଶୁଦ୍ଧ ସୁନା- ୧,୩୮,୬୧୬ (ପ୍ରତି ୧୦ ଗ୍ରାମ)

୧୮ କ୍ୟାରେଟ୍ ଶୁଦ୍ଧ ସୁନା-୧,୧୩,୪୯୬ (ପ୍ରତି ୧୦ ଗ୍ରାମ)

୧୪ କ୍ୟାରେଟ୍ ଶୁଦ୍ଧ ସୁନା-୨,୨୮,୩୬୦ (ପ୍ରତି କିଲୋଗ୍ରାମ)

ସପ୍ତାହକରେ ୧୧,୦୦୦ ଟଙ୍କା ଖସିଲା ଦର

ଗୋଟିଏ ଦିନରେ ସୁନା ଦର ୨୦୦୦ ଟଙ୍କାରୁ ଅଧିକ ହ୍ରାସ ପାଇଥିବା ଦେଖାଯାଇଛି । ସପ୍ତାହିକ ତଥ୍ୟ ଦେଖିଲେ, ଅଗଷ୍ଟ ୨୪ରେ ୧୦ ଗ୍ରାମ ସୁନା ଦର ୧.୬୪ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ବୁଧବାର ତାହା ୧.୫୩ ଲକ୍ଷ ଟଙ୍କା ପାଖାପାଖି ରହିଛି । ଅର୍ଥାତ୍ ଗତ ସାତ ଦିନରେ ୧୦ ଗ୍ରାମ ସୁନା ପାଖାପାଖି ୧୧,୦୦୦ ଟଙ୍କା ଶସ୍ତା ହୋଇସାରିଛି । ସେହିପରି ରୁପା କଥା କହିଲେ, ଗୋଟିଏ ସପ୍ତାହରେ ୧ କିଲୋ ରୁପା ୨.୪୬ ଲକ୍ଷରୁ ଖସି ୨.୩୫ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି । ଯଦି ଆଜିର ଦରକୁ ସୁନାର 'ଅଲ୍-ଟାଇମ୍ ହାଇ' ସହ ତୁଳନା କରିବା, ତେବେ ଜାନୁଆରୀ ୨୯ରୁ ଏପର୍ଯ୍ୟନ୍ତ ସୁନାରେ ବଡ଼ ଧରଣର ହ୍ରାସ ଆସିଛି ।

 

ସୁନା ଦର କାହିଁକି କମୁଛି ?

  • ସାଧାରଣତଃ ଯୁଦ୍ଧ ଏବଂ ଉତ୍ତେଜନା ସମୟରେ ମହଙ୍ଗା ହେଉଥିବା ସୁନା, ଏଥର ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଲଗାତାର ଶସ୍ତା ହେବାରେ ଲାଗିଛି ।
  • ଅଶୋଧିତ ତୈଳ ଦରରେ ଲଗାତାର ବୃଦ୍ଧି ସୁନା ଉପରେ ଚାପ ପକାଉଛି । ତେଲ ମହଙ୍ଗା ହେବା ଦ୍ୱାରା ମୁଦ୍ରାସ୍ଫୀତି ବଢ଼ୁଛି, ଯାହାଫଳରେ ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି କରାଯିବାର ଆଶଙ୍କା ବଢ଼ିଯାଇଛି ।
  • ସୁଧ ହାର ବଢ଼ିଲେ ସୁନା ଦର ଆହୁରି ହ୍ରାସ ପାଇପାରେ । ଇଣ୍ଟରେଷ୍ଟ ରେଟ୍ ବଢ଼ିବା ଦ୍ୱାରା ଡଲାର ଆହୁରି ମଜବୁତ୍ ହେବ, ଯାହାଦ୍ୱାରା ଅନ୍ୟ କରେନ୍ସିରେ ସୁନା କିଣିବା ମହଙ୍ଗା ହୋଇପାରେ ।
  • ଡଲାରର ବୃଦ୍ଧି ସୁନା ଉପରେ ଚାପକୁ ଆହୁରି ବଢ଼ାଉଛି । ସୁନା ଏବଂ ଡଲାର ସର୍ବଦା ପରସ୍ପରର ବିପରୀତ ଦିଗରେ ଗତି କରିଥାନ୍ତି । ଡଲାର ମଜବୁତ୍ ହେବା ଦ୍ୱାରା ନିବେଶକମାନେ ଭଲ ରିଟର୍ଣ୍ଣ ଆଶାରେ ସୁନା ବଦଳରେ ବଣ୍ଡ ଆଡ଼କୁ ମୁହାଁଉଛନ୍ତି ।