ଲଣ୍ଡନ: ବ୍ରିଟେନ ପ୍ରାଇଭେଟ୍ ସେକ୍ଟରର କର୍ମଚାରୀଙ୍କ ଲାଗି ଆଜୀବନ ଗ୍ୟାରେଣ୍ଟେଡ ଇନକମକୁ ଡିଫଲ୍ଟ ରିଟାୟାରମେଣ୍ଟ ଅପସନ କରିବ। ଏ ନେଇ ଉପସ୍ଥାପନ କରାଯାଇଥିବା ପ୍ଲାନ ଅନୁସାରେ ନିଜ ପେନସନ ଖର୍ଚ୍ଚ ନିଜେ ମ୍ୟାନଜ କରିବା କାମରୁ ଲକ୍ଷଲକ୍ଷ ଲୋକେ ରକ୍ଷା ପାଇବେ। ସରକାର କହିଛନ୍ତି ଯେ ଡିଫାଇଣ୍ଡ କଣ୍ଟ୍ରିବ୍ୟୁସନ ପେନସନ ସ୍କିମରେ ସଞ୍ଚୟ କରୁଥିବା ପାଖାପାଖି ୧୭ ନିୟୁତ କର୍ମଚାରୀଙ୍କୁ ଜୀବନ ବ୍ୟାପି ରିଟାୟାରମେଣ୍ଟ ଇନକମ ଅପସନରେ ଗାଇଡ କରାଯିବ। ସେମାନେ ଯେଉଁ ପର୍ଯ୍ୟନ୍ତ ଅନ୍ୟ କିଛି ବ୍ୟବସ୍ଥା ନ କରିଛନ୍ତି ସେମାନଙ୍କୁ ଟ୍ରାଡିସନାଲ ଡିଫାଇଣ୍ଡ ପେନସନ ବେନିଫିଟର କିଛି ଲାଭ ମଧ୍ୟ ମିଳିବ,ଯାହା ଗତ ୩ ଦଶନ୍ଧୀ ହେଲା ପ୍ରାଇଭେଟ ସେକ୍ଟରରୁ ଅନେକାଂଶରେ ଉଭାନ ହୋଇ ସାରିଥିଲା।

ଡିଫାଇଣ୍ଡ ବେନିଫିଟ ସ୍କିମ ଆଜୀବନ ଏକ ନିର୍ଦ୍ଧାରିତ ଆୟ ଦେଇଥାଏ। ହେଲେ ଡିଫାଇଣ୍ଡ କଣ୍ଟ୍ରିବ୍ୟୁସନ ସ୍କିମରେ ସଞ୍ଚୟକାରୀଙ୍କୁ ରିଟାୟାରମେଣ୍ଟରେ କିଛି ଆର୍ଥିକ ସହଯୋଗ କରୁଛି। ସରକାରଙ୍କ ଏହି ପଦକ୍ଷେପ ବ୍ରିଟେନ ପେନସନ ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଲାଗି ନୂଆ ପଦକ୍ଷେପ। ୨୦୨୪ରେ ଶାସନ ସମ୍ଭାଳିବା ପରେ ଲେବର ପାର୍ଟି ପେନସନ ସ୍କିମର ବଡ ଫଣ୍ଡକୁ ପ୍ରଡକ୍ଟିଭ ଆସେଟସରେ ନିବେଶ ବଢାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ତେବେ ଅଟୋମେଟିକ୍ ଏନରୋଲମେଣ୍ଟରେ ଲକ୍ଷଲକ୍ଷ ଲୋକେ ୱାର୍କପ୍ଲେସ୍ ପେନସନ ସ୍କିମରେ ସାମିଲ ହୋଇଛନ୍ତି, ହେଲେ ଅବସରପ୍ରାପ୍ତ ଲୋକଙ୍କୁ ସେମାନଙ୍କ ପଇସା କେମିତି ଚାଲିବ ତାହା ଏବେ ସରକାରଙ୍କୁ ନିର୍ଦ୍ଧାରିତ କରିବାକୁ ହେବ।

ନୂଆ ପ୍ଲାନରେ ସଞ୍ଚୟ କରୁଥିବା ଲୋକଙ୍କୁ ଜଟିଳ ଆର୍ଥିକ ନିଷ୍ପତ୍ତି ନେବାର ଆବଶ୍ୟକତା ହ୍ରାସ ହେବ। ଡିସି କନସଲ୍ଟିଂ ମୁଖ୍ୟ କ୍ୟାଥେରିନ ଫ୍ଲେମିଂ ସରକାରଙ୍କ ଏହି ପ୍ଲାନକୁ ସ୍ୱାଗତ କରିଛନ୍ତି। ତେବେ କହିଛନ୍ତି ଯେ ଏହାର ସଫଳତା ଏ କଥା ଉପରେ ନିର୍ଭର କରିବ ଯେ ସେମାନେ ଅସଲ ସଞ୍ଚୟକାରୀଙ୍କ ଲାଗି ଫଳାଫଳରେ ସୁଧାର କରିବେ ତ? ସେ ଏହା ବି କହିଛନ୍ତି ଯେ ରେଗୁଲେଟର୍ସଙ୍କୁ ଏପରି ଫ୍ରେମୱାର୍କ କରିବାରୁ ବର୍ତ୍ତିବା ଦରକାର ଯାହା ରିଟାୟରମେଣ୍ଟ ମାର୍କେଟରେ ଭବିଷ୍ୟତ ଇନୋଭେସନକୁ ସୀମିତ କରିବ।