ଭୁବନେଶ୍ୱର,୩୧। ୧୨; ଲଗାତର ଦ୍ୱିତୀୟ ଦିନ ପାଇଁ ସୁନା ଏବଂ ରୁପା ଦରରେ ଦେଖାଦେଇଛି ବୃହତ୍ ହ୍ରାସ । ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୩୦୫୦ ଟଙ୍କା ଏବଂ ୨୮୦୦ ଟଙ୍କା ହ୍ରାସ ଘଟିଛି । ଉଭୟ ଯଥାକ୍ରମେ ୧,୩୬,୨୦୦ ଟଙ୍କା ଏବଂ ୧,୨୪,୮୫୦ ଟଙ୍କାକୁ ଖସିଆସିଛି ।

ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨୩,୦୦୦ ଟଙ୍କା ଶସ୍ତା ହୋଇ ୨,୫୮,୦୦୦ ଟଙ୍କାକୁ ହ୍ରାସ ପାଇଛି । ସୋମବାର ମଧ୍ୟ ଉଭୟ ଧାତୁ ଦରରେ ଆଖିଦୃଶିଆ ହ୍ରାସ ଘଟିଥିଲା । ଦୁଇଦିନରେ ରୁପା ୨୭୦୦୦ ଟଙ୍କା ଏବଂ ସୁନା ୬୦୦୦ ଟଙ୍କାରୁ ଊଦ୍ଧ୍ୱର୍ ଶସ୍ତା ହୋଇଛି । ସମ୍ପ୍ରତି ଉଭୟ ଧାତୁ ରେକର୍ଡ ସ୍ତରରେ ପହଞ୍ଚିଛି । ଭୁରାଜନୈତିକ ଅସ୍ଥିରତା ଏବଂ ଅନ୍ୟାନ୍ୟ କେତେକ କାରଣ ପାଇଁ ଏହି ଧାତୁ ଦ୍ୱୟରେ ନିବେଶ ବଢୁଛି, ଯାହାକି ଦରକୁ ଉପରମୁହାଁ କରିଚାଲିଛି।