ନୂଆଦିଲ୍ଲୀ: ଗତ ୪ ଦିନ ହେଲାଣି ସୁନା ଓ ରୁପା ମୂଲ୍ୟ କମି ଚାଲିଛି। ସୋମବାର, ମଙ୍ଗଳବାର, ବୁଧବାର ପରେ ଆଜି ଗୁରବାର ବି କମିଛି ସୁନା ଓ ରୁପା ଦର। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଆଜି(୨୫ ଜୁନ) ୧ କିଲୋଗ୍ରାମ ରୁପା ଦାମ ୬,୫୫୦ ଟଙ୍କା ହ୍ରାସ ପାଇ ୨ ଲକ୍ଷ ୧୫ ଲକ୍ଷ ଟଙ୍କାକୁ ଖସି ଆସିଛି। ମାତ୍ର ୩ ଦିନ ମଧ୍ୟରେ ରୁପା ୨୨ ହଜାର ଟଙ୍କା ଶସ୍ତା ହେଲାଣି।

ଅନ୍ୟପକ୍ଷରେ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ଆଜି ୨,୧୫୬ ଟଙ୍କା ହ୍ରାସ ପାଇ ଭରି ୧.୪୦ ଲକ୍ଷ ଟଙ୍କା ହୋଇଛି। ଗତକାଲି ଏହା ୧.୪୨ ଲକ୍ଷ ଟଙ୍କା ଥିଲା। ଏହି ମାସରେ ଏପର୍ଯ୍ୟନ୍ତ ସୁନାର ମୂଲ୍ୟ ୧୬ ହଜାର ଟଙ୍କା ଏବଂ ରୁପାର ମୂଲ୍ୟ ୪୮ ହଜାର ଟଙ୍କା ହ୍ରାସ ପାଇଛି। ୧ ଜୁନରେ ସୁନା ୧୦ ଗ୍ରାମ ପ୍ରତି ୧.୫୬ ଲକ୍ଷ ଟଙ୍କା ଏବଂ ରୁପା କେଜି ୨.୬୩ ଲକ୍ଷ ଟଙ୍କା ରହିଛି।

ଚଳିତ ବର୍ଷ ରୁପା ୧.୭୦ ଲକ୍ଷ ଓ ସୁନା ୩୬ ହଜାର କମିଛି

ଏହି ବର୍ଷ, ସୁନା ଏବଂ ରୁପାର ମୂଲ୍ୟ ନିରନ୍ତର କମ ବେଶି ହୋଇ ଚାଲିଛି। ୩୧ ଡିସେମ୍ବର ୨୦୨୫ରେ ସୁନାର ମୂଲ୍ୟ ₹୧.୩୩ ଲକ୍ଷ ଟଙ୍କା ଥିଲା, ଯାହା ଜାନୁଆରୀ 29 ରେ ₹୧.୭୬ ଲକ୍ଷରେ ପହଞ୍ଚିଥିଲା। ସେବେଠାରୁ, ସୁନା ₹୩୬,୦୦୦ ଶସ୍ତା ହୋଇଛି। ସେହିପରି ରୁପା କଥା ଦେଖିଲେ ଏଥିରେ ଲାକ୍ଷାଧିକ ଟଙ୍କା ହ୍ରାସ ପାଇଲାଣି। ୩୧ ଡିସେମ୍ବର ୨୦୨୫ରେ ରୁପାର ମୂଲ୍ୟ ₹୨.୩୦ ଲକ୍ଷ ଥିଲା ଏବଂ ଜାନୁଆରୀ ୨୯ରେ ₹୩.୮୬ ଲକ୍ଷରେ ପହଞ୍ଚି ଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଏପର୍ଯ୍ୟନ୍ତ ରୁପା ମୂଲ୍ୟରେ ୧୪୭ ଦିନ ମଧ୍ୟରେ ₹୧.୭୦ ଲକ୍ଷ ଶସ୍ତା ହେଲାଣି।