କେନ୍ଦ୍ରାପଡ଼ା ୧୨।୯: ସ୍କୁଲରେ ଚାଞ୍ଚଲ୍ୟ । କ୍ଲାସ୍ ରୁମ୍‌ରେ ହଠାତ୍ ଚେତାଶୂନ୍ୟ ହେଲେ ଜଣଙ୍କ ପରେ ଜଣେ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ର ଗଜେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଅସ୍ୱାଭାବିକ ଆଚରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ବିଦ୍ୟାଳୟରେ ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ପରେ ଅନେକ ଛାତ୍ରଛାତ୍ରୀ ସ୍କୁଲ୍ ଆସିବା ବନ୍ଦ କରିଥିବା ଜଣାପଡ଼ିଛି ।

ଗତ ୪ ଦିନ ଧରି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର କିଛି ଛାତ୍ରୀ ଅସ୍ୱାଭାବିକ ଆଚରଣ କରୁଥିବା ଦେଖିବାକୁ ମିଳିଛି । ପ୍ରାର୍ଥନା ସମୟରେ କିମ୍ବା କ୍ଲାସ୍ ଚାଲିଥିବା ବେଳେ କିଛି କିଛି ଛାତ୍ରୀ ହଠାତ୍ ତଳେ ପଡ଼ିଯାଇ ଚେତାଶୂନ୍ୟ ହୋଇପଡ଼ୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ସ୍କୁଲ୍ରେ ଏଭଳି ଘଟଣା ଘଟୁଥିବା ଦେଖି ବିଦ୍ୟାଳୟ ପକ୍ଷରୁ ଅଭିଭାବକ ମାନଙ୍କୁ ଡାକି ଛାତ୍ରୀମାନଙ୍କୁ ତୁରନ୍ତ ମେଡିକାଲ୍ ନେଇ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ, କିଛି ଅଭିଭାବକ ଏହା ପଛରେ ଗୁଣିଗାରେଡ଼ି ଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।