କେନ୍ଦ୍ରାପଡ଼ା ୧୨।୯: ସ୍କୁଲରେ ଚାଞ୍ଚଲ୍ୟ । କ୍ଲାସ୍ ରୁମ୍‌ରେ ହଠାତ୍ ଚେତାଶୂନ୍ୟ ହେଲେ ଜଣଙ୍କ ପରେ ଜଣେ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ର ଗଜେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଅସ୍ୱାଭାବିକ ଆଚରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ବିଦ୍ୟାଳୟରେ ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ପରେ ଅନେକ ଛାତ୍ରଛାତ୍ରୀ ସ୍କୁଲ୍ ଆସିବା ବନ୍ଦ କରିଥିବା ଜଣାପଡ଼ିଛି ।

ଗତ ୪ ଦିନ ଧରି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର କିଛି ଛାତ୍ରୀ ଅସ୍ୱାଭାବିକ ଆଚରଣ କରୁଥିବା ଦେଖିବାକୁ ମିଳିଛି । ପ୍ରାର୍ଥନା ସମୟରେ କିମ୍ବା କ୍ଲାସ୍ ଚାଲିଥିବା ବେଳେ କିଛି କିଛି ଛାତ୍ରୀ ହଠାତ୍ ତଳେ ପଡ଼ିଯାଇ ଚେତାଶୂନ୍ୟ ହୋଇପଡ଼ୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ସ୍କୁଲ୍ରେ ଏଭଳି ଘଟଣା ଘଟୁଥିବା ଦେଖି ବିଦ୍ୟାଳୟ ପକ୍ଷରୁ ଅଭିଭାବକ ମାନଙ୍କୁ ଡାକି ଛାତ୍ରୀମାନଙ୍କୁ ତୁରନ୍ତ ମେଡିକାଲ୍ ନେଇ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ, କିଛି ଅଭିଭାବକ ଏହା ପଛରେ ଗୁଣିଗାରେଡ଼ି ଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

Also Read:- ଦୁଇ ମହଲା ଛାତରେ ଚଢ଼ି ଫାୟାର ଫାଇଟର କଲେ ଏମିତି.. ସହକର୍ମୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ତେବେ ଘଟଣାର ପ୍ରକୃତ କାରଣ କ’ଣ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ବିଦ୍ୟାଳୟରେ ମେଡିକାଲ୍ ଟିମ୍ ପହଞ୍ଚି ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଘଟଣାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି ।

Watch Video: