ପୁରୀ ୧୮।୦୪ : ବଡ଼ଦାଣ୍ଡର ବଡ଼ ଅଘଟଣ । ଶ୍ରୀମନ୍ଦିରକୁ ଯିବା ପାଇଁ ହୋଇଥିବା ବ୍ୟାରିକେଡ୍ରେ ଘଟିଛି ଏହି ଅଘଟଣ । ବ୍ୟାରିକେଡ୍ ଭିତରେ କୁନି ଝିଅର ମୁଣ୍ଡ ଫସିଯାଇଛି । ଦୀର୍ଘ ସମୟ ଧରି ଉଦ୍ଧାର ପାଇଁ ପୋଲିସ ଏବଂ ପରିବାର ପକ୍ଷରୁ ଚାଲିଥିଲା ଉଦ୍ୟମ ।

Also Read:-ପ୍ରଶାସନର ବଡ଼ ନିଷ୍ପତ୍ତି, ୨୦ରୁ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି !

ଶନିବାର ସକାଳ ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍ ନିକଟରେ ଜଣେ କୁନି ଝିଅ ଖେଳୁଥିଲା । ଠିକ ଏହି ସମୟରେ କୁନି ଝିଅଟିର ମୁଣ୍ଡ ଅସାବଧାନତାରୁ ବ୍ୟାରିକେଡ୍ ଭିତରେ ଫସିଯାଇଥିଲା । ମୁଣ୍ଡ ବାହାରକୁ ବାହାର କରିବା ପାଇଁ ଅନେକ ଉଦ୍ୟମ କରିଥିଲା । କିନ୍ତୁ ତାପରେ ବି ସେ ବ୍ୟାରିକେଡ୍ ଭିତରୁ ବାହାରିପାରିନଥିଲା । ଶେଷରେ ପରିବାର ଲୋକଙ୍କୁ ଚିତ୍କାର କରି ଡାକିଥିଲେ । ଏହି ଡାକ ଶୁଣି ପରିବାର ଲୋକ ଏବଂ ପୁରୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ କୁନି ଝିଅଟିକୁ ବ୍ୟାରିକେଡ୍ ଭିତରୁ ଉଦ୍ଧାର କରିଥିଲେ । ଏହାପରେ ପରିବାର ପକ୍ଷରୁ ଝିଅକୁ ତୁରନ୍ତ ଘଟଣାସ୍ଥଳରୁ ନେଇଯାଇଥିଲେ । ତେବେ ପୂର୍ବରୁ ମଧ୍ୟ ଏହିଭଳି ଘଟଣା ଘଟିଆସିଛି । ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ପ୍ରଶାସନ ଏବଂ ଲୋକେଙ୍କ ମଧ୍ୟରେ କେବେ ଚେତା ପଶିବ ।