ଭୁବନେଶ୍ୱର ୦୪।୧୧  : ସରିନି ଗିଡ଼ିପାବାଲିରେ ରେସ୍କ୍ୟୁ ଅପରେସନ । ପ୍ରତୀକାତ୍ମକ ଶେଷକୃତ୍ୟ ପରେ ବି ଜାରି ରହିବ ଉଦ୍ଧାର କାର୍ଯ୍ୟ । ଜୀବନର ସନ୍ଧାନ ଜାରି ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ତେବେ ୫ ଦିନ ଧରି ଉଦ୍ଧାରକାରୀ ଦଳର ସମସ୍ତ ପ୍ରୟାସ ସତ୍ତ୍ୱେ ନିଖୋଜଙ୍କ ସନ୍ଧାନ ମିଳିନାହିଁ । ମନ୍ତ୍ରୀଙ୍କ କହିବା କଥା, ଶେଷକୃତ୍ୟ ହୋଇଗଲା ବୋଲି ଉଦ୍ଧାର ଅଭିଯାନ ବନ୍ଦ ହେବ ନାହିଁ । ଅନ୍ୟପଟେ କେନ୍ଦ୍ରୀୟ ଟିମ୍ ଫେରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବୈଠକ ହେବ । ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରେ ଏବେ ବି ରହିଛି ୨୫ରୁ ୩୦ ଫୁଟ ମାଟି ଓ ପଥରର ଆସ୍ତରଣ । ଏହା ତଳେ ନିଖୋଜ ବ୍ୟକ୍ତିମାନେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଗତ ୫ ଦିନ ଧରି ଉଦ୍ଧାରକାରୀ ଦଳ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି । ରେଳ ବିଭାଗର ଚେନ୍ ପୁଲିଂ ଟେକ୍ନିକ୍ ବ୍ୟବହାର ସହ ଲାଇଫ୍ ଡିଟେକ୍ସନ ୟୁନିଟ୍ ଦ୍ୱାରା ମଧ୍ୟ ଯାଞ୍ଚ କରାଯାଇଛି । ହେଲେ କୌଣସି ସଫଳ ସଙ୍କେତ ମିଳିନାହିଁ ।

Also Read:-ଟ୍ରମ୍ପଙ୍କ ପରାଜୟକୁ ନେଇ ଦୀପକେଙ୍କ ତାର୍ତ୍ସଲ୍ୟ, କହିଲେ- ୟୁଏସ ରାଷ୍ଟ୍ରପତିଙ୍କୁ ଦରକାର ଜ୍ଞାନେଶ କୁମାର

ଅନ୍ୟପଟେ ଅଧିକ ପରିମାଣର ମାଟି ଓ ବିରାଟ ପଥର ହଟାଇବା ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ନିଖୋଜଙ୍କ ପରିବାର ଲୋକେ ଶେଷକୃତ୍ୟ ପାଇଁ ବ୍ୟାକୁଳ ହେଉଥିବାରୁ ପ୍ରତୀକାତ୍ମକ ଭାବେ ସତ୍କାର କରାଯାଇଛି । ଏହାପରେ ଉଦ୍ଧାର ଅଭିଯାନ ଶେଷ ହୋଇଗଲା ବୋଲି ଅନେକେ ଭାବୁଥିବା ବେଳେ ମନ୍ତ୍ରୀଙ୍କ ମନ କିନ୍ତୁ ମାନିନାହିଁ । ଜିଲ୍ଲା ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଜୀବନର ସନ୍ଧାନ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କେନ୍ଦ୍ରୀୟ କମିଟି ଫେରିବା ପରେ ରାଜ୍ୟ ସରକାରଙ୍କ ସ୍ତରରେ ଏନେଇ ବୈଠକ ହେବାକୁ ଯାଉଛି ।