ଦିଗପହଣ୍ଡି, ୧୫।୧୧ : ଖୋଲିବ ଘୋଡ଼ାହାଡ଼ ଡ୍ୟାମର ଗେଟ୍ । ବିଭାଗ ପକ୍ଷରୁ ଲୋକଙ୍କୁ କରାଗଲା ସତର୍କ I ଗଂଜାମ ଜିଲ୍ଲା ଦିଗପହଣ୍ଡିର ଘୋଡ଼ାହାଡ଼ ଡ୍ୟାମ୍ ଖୋଲିବା ନେଇ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଇବା ପାଇଁ ଚିଠି କରାଯାଇଛି I

ଘୋଡ଼ାହାଡ଼ ଡ୍ୟାମର ପାଣି ଦିଗପହଣ୍ଡି, ସାନଖେମୁଣ୍ଡି ସମେତ ହିଞ୍ଜିଳି ଦେଇ ବିଭିନ୍ନ ଅଂଚଳକୁ ଯାଇଥାଏ । ତେଣୁ ଡ୍ୟାମର ପାଣି ଯାଉଥିବା ତଳିଆ ଅଂଚଳର ଲୋକମାନଙ୍କୁ ସତର୍କ କରାଯାଇଛି I ଗତଥର ଗଂଜାମରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଜଳସ୍ତର ବୃଦ୍ଧି ପାଇଁ ୪ଟି ଗେଟ୍ ଖୋଲାଯାଇଥିଲା । ଯଦ୍ୱାରା ଲଗାତାର ବର୍ଷା ସହ ଡ୍ୟାମର ପାଣି ବିଭିନ୍ନ ଗ୍ରାମମାନଙ୍କରେ ପ୍ରବେଶ କରିଥିଲା । ଫଳରେ ତଳିଆ ଅଂଚଳରେ ବନ୍ୟାର ପରିସ୍ଥିତି ଦେଖାଦେଇଥିଲା I

Also Read :- ୧୫ ଦିନ ପରେ ଘଞ୍ଚ ଜଙ୍ଗଲରୁ ଉଦ୍ଧାର ହେଲେ ଶିକ୍ଷକ : ଅକ୍ଟୋବର ୩୦ରୁ ହୋଇଯାଇଥିଲେ ନିଖୋଜ

ଏବେ ପୁଣି ଆଉ ଏକ ବାତ୍ୟା ଆସିବା ନେଇ ସୂଚନା ମିଳିଛି । ଯାହା ଆନ୍ଧ୍ରପ୍ରଦେଶରେ ମାଡ଼ ହୋଇପାରେ । ଉତ୍ତର ଆନ୍ଧ୍ରରେ ମାଡ଼ ହେଲେ ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବ ପଡିବ । ତେଣୁ ପ୍ରଶାସନିକ ସ୍ତରରୁ ଆଗୁଆ ସତର୍କ ହେବା ସହ ଗେଟ୍ ଖୋଲାଯିବ ବୋଲି ଚିଠି କରାଯାଇଛି ।