ନୂଆଦିଲ୍ଲୀ, ୧୧/୧୨:ଭାରତୀୟ ଦିନିକିଆ ଟିମରେ ଲଗାତାର ଭାବେ ପରିବର୍ତ୍ତନ ହେଉଛି । ଅଧିକାଂଶ ଖେଳାଳିଙ୍କ ସ୍ଥାନ ସୁରକ୍ଷିତ ରହୁନି । ତିନି ନମ୍ବରରେ ଆସୁଥିବା ବ୍ୟାଟରକିମ୍ବାନମ୍ବରରେ ବ୍ୟାଟିଂ କରୁଛନ୍ତି । ତେବେ ଏହି ଟ୍ରେଣ୍ଡକୁ ସମର୍ଥନ କରିଥିଲେ ଟିମ୍ ଇଣ୍ଡିଆ କୋଚ୍ ଗୌତମ ଗମ୍ଭୀର । ଟ୍ରେଣ୍ଡକୁ ସେ ଆଗକୁ ନେବେ ବୋଲି କହିଥିଲେ । ତେବେ ଗମ୍ଭୀରଙ୍କ ଏପରି ପ୍ଲାନକୁ ସମର୍ଥନ କରିଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିକେଟର ଏବି ଡିଭିଲର୍ସ । କିନ୍ତୁ ସେ ଆଉ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି ।

ଡିଭିଲର୍ସ କହିଛନ୍ତି ଯେ, ଗମ୍ଭୀରଙ୍କ ପ୍ଲାନ୍ ଖରାପ ନୁହେଁ । ଏହା କିଛି ମାତ୍ରାରେ ଠିକ୍ । ସେ ନିଜେ ବ୍ୟାଟିଂ କ୍ରମରେ ପରିବର୍ତ୍ତନକୁ ସମର୍ଥନ କରିଥାନ୍ତି । ନିଜେ ମଧ୍ୟ ଉପଭୋଗ କରନ୍ତି । କିନ୍ତୁ ଏହାର କିଛି ପରିସୀମା ରହିଛି । ବ୍ୟାଟସମ୍ୟାନଙ୍କ କ୍ରମରେ ଅତ୍ୟଧିକ ପରିବର୍ତ୍ତନ ଦଳକୁ ବ୍ୟାକଫୁଟକୁ ଠେଲିପାରେ । ବ୍ୟାଟିଂରେ ଦକ୍ଷିଣ-ବାମହାତୀକମ୍ବିନେସନ ମଧ୍ୟ କାମ ଦିଏ । କିନ୍ତୁ ସଦାବେଳେ ଯେ ଗୋଟିଏ ଯୋଜନା ସଫଳତା ଦେବ ତାହା କହିବା କଷ୍ଟକର ।

ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଏବି ଆହୁରି କହିଛନ୍ତି ଯେ, ଟି୨୦ଫର୍ମାଟରେ ଭାରତ ଦମଦାର ପ୍ରଦର୍ଶନ କରୁଛି । ଦଳର ସନ୍ତୁଳନ ଭଲ ରହିଛି । ଏହି ଫର୍ମାଟରେ ମଧ୍ୟ ଗମ୍ଭୀର ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରୁଛନ୍ତି । ତଥାପି ଭାରତ ଭଲ ପ୍ରଦର୍ଶନ କରୁଛି । ଦଳର ବ୍ୟାଟିଂରେ ଗଭୀରତା ବେସ୍ ବାରି ହୋଇ ପଡୁଛି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜକୁ -ରେ ଜିତିଥିଲା ଭାରତ । ସିରିଜରେ ବ୍ୟାଟିଂ କ୍ରମରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । କେଏଲ ରାହୁଲଙ୍କ ଭଳି ବ୍ୟାଟର ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିଲେ । ଯାହାକୁ ନେଇ ବ୍ୟାଟିଂ କ୍ରମ ପରିବର୍ତ୍ତନରେ କିଛି ଅସୁବିଧା ନାହିଁ । ସମସ୍ତ ବ୍ୟାଟର ଭିନ୍ନ ଭିନ୍ନ ବ୍ୟାଟିଂ ଅର୍ଡରରେ ଖେଳିପାରିବେ ବୋଲି ଗମ୍ଭୀର କହିଥିଲେ ।