ଜି ଉଦୟଗିରି, ୧୫/୧୦ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା । ଦାରିଙ୍ଗବାଡି ଅଞ୍ଚଳରୁ ବିହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଧରିଛି । ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି ।

ଗିରଫ ବ୍ୟକ୍ତି ହେଲେ ବିହାର ଫତେପୁର ଥାନା ମଞ୍ଜିଗାଁଓର ସୁରେନ୍ଦ୍ର କୁମାର (୨୬ ) । ଏନେଇ ଆଇଆଇସି ସଂଗ୍ରାମ କେଶରୀ ଜେନାସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିଙ୍କ ଠାରୁ ୨୨ କେଜି ଗଞ୍ଜେଇ ସହ ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି ।

Also Read :- ଆଜି କଲେଜ୍ ଭୋଟ୍ : ନେତା ବାଛିବେ ଛାତ୍ରଛାତ୍ରୀ, ଅପରାହ୍ନରେ ଆସିବ ରେଜଲ୍ଟ

ଗୋପାଳପୁର ଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ସିଆଙ୍ଗବାଲି ଛକରେ ଥିବା ବିଶ୍ରାମାଗାରରେ ସୁରେନ୍ଦ୍ର କୁମାର ଗଞ୍ଜେଇ ବସ୍ତା ଧରି ଠିଆ ହୋଇଥିଲେ । ବିହାରକୁ ଚୋରାଚାଲାଣ ପାଇଁ କୌଣସି ଗାଡିକୁ ଅପେକ୍ଷା କରିଥିଲେ । ଖବର ପାଇ ନିଜେ ଆଇଆଇସି ସଦକବଳ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ମାଡି ବସିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ବେଳେ ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।