• ଦୁଇ ମୂର୍ତ୍ତିକୁ ସଜାଇବା ଲାଗି ମୋଟ ୨.୯ କୋଟି ଟଙ୍କାର କାଗଜ ନୋଟ୍ ବ୍ୟବହାର କରାଯାଇଛି
  • କାପୁ ସମୂଦାୟ ପୂଜା ପେଣ୍ଡାଲ ସଜେଇବାକୁ ୧.୪ କୋଟି ଟଙ୍କାର କାଗଜ ନୋଟ୍ ଉପଯୋଗ କରିଛନ୍ତି
  • ଜା ପେଣ୍ଡାଲ ସାଜ ସଜ୍ଜାରେ ୧୦, ୨୦,୫୦, ୧୦୦ ଓ ୫୦୦ ଟଙ୍କା କାଗଜ ନୋଟ୍ ବ୍ୟବହାର ହୋଇଛି

ହାଇଦ୍ରାବାଦ: ତେଲେଙ୍ଗାନାର ପାଲଭାଞ୍ଚା ସହରର ଦୁଇଟି ଗଣେଶପୂଜା ପେଣ୍ଡାଲକୁ ନେଇ ଏବା ସରାରାଜ୍ୟରେ ଚର୍ଚ୍ଚା। ଏହି ପୂଜା ପେଣ୍ଡାଲ ଦୁଇଟିକୁ ଅସଲି କାଗଜ ଟଙ୍କାରେ ସଜା ଯାଇଛି। ଏହି ପୂଜା ପେଣ୍ଡାଲରେ ଗଣେଶଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବେଶ୍ ଭୀଡ ଜମୁଛି। ଦୁଇ ମୂର୍ତ୍ତିକୁ ସଜାଇବା ଲାଗି ମୋଟ ୨.୯ କୋଟି ଟଙ୍କାର କାଗଜ ନୋଟ୍ ବ୍ୟବହାର କରାଯାଇଛି। ଏଥିରୁ ଗୋଟିଏ ପେଣ୍ଡାଲରେ ‘କାପୁ’ ସମୂଦାୟ ଗଣପତିଙ୍କ ଆରାଧନା କରୁଥିବା ବେଳେ ଅନ୍ୟ ପେଣ୍ଡାଲଟିକୁ ‘ଟିମ୍ ଏକଦନ୍ତ’ ସଜେଇଛନ୍ତି।

ଟିମ୍ ଏକ ଦନ୍ତର ପୂଜା ପେଣ୍ଡାଲ ସଜାଇବାରେ ମୋଟ ୧.୫ କୋଟି ଟଙ୍କାର କାଗଜ ନୋଟ୍ ଲାଗିଛି। କାପୁ ସମୂଦାୟ ପୂଜା ପେଣ୍ଡାଲ ସଜେଇବାକୁ ୧.୪ କୋଟି ଟଙ୍କାର କାଗଜ ନୋଟ୍ ଉପଯୋଗ କରିଛନ୍ତି। ପୂଜା ପେଣ୍ଡାଲ ସାଜ ସଜ୍ଜାରେ ୧୦, ୨୦,୫୦, ୧୦୦ ଓ ୫୦୦ ଟଙ୍କା କାଗଜ ନୋଟ୍ ବ୍ୟବହାର ହୋଇଛି। ଆୟୋଜକଙ୍କ ଅନୁସାରେ ଏହି ଅନନ୍ୟ ତଥା ଭବ୍ୟ ସାଜସଜ୍ଜା ପାଇଁ ସ୍ଥାନୀୟ ବ୍ୟବସାୟୀ ନଗଦ ଟଙ୍କା ସହଯୋଗ କରିଛନ୍ତି। ଏହା ଛଡା ସ୍ଥାନୀୟ ବ୍ୟାଙ୍କମାନେ ମଧ୍ୟ ପୂଜା କ୍ଲବଙ୍କୁ ନୂଆ ନୋଟ୍ ଯୋଗାଇ ଦେଇଛନ୍ତି।

ପଲଭଞ୍ଚାରେ ନଗଦ କାଗଜ ଟଙ୍କାରେ ପୂଜା ପେଣ୍ଡାଲ ସଜାଇବା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏଠାରେ ବିଭିନ୍ନ ପୂଜା ପେଣ୍ଡାଲକୁ କାଗଜ ନୋଟରେ ସଜା ଯାଏ। ସେତେବେଳେ ମଧ୍ୟ ଏଥି ପାଇଁ ଦେଢ କୋଟି ଟଙ୍କାର କାଗଜ ନୋଟ୍ ଆବଶ୍ୟକ ପଡୁଥିଲା। ୨୦୨୪ ମସିହାରେ କାପୁ ସଙ୍ଗମ ଗଣେଶ ଉତ୍ସବ କମିଟି ଆମ୍ବେଦକର ସେଣ୍ଟରରେ ଗଣେଷ ମୂର୍ତ୍ତି ଓ ମଞ୍ଚକୁ ୧.୧କୋଟି ଟଙ୍କାର ନୂଆ ନୋଟ୍ ରେ ସଜାଇଥିଲା।