ପୁରୀ: ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କଲେ ପୁରୀ ଗଜପତି ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି ‘୭୦ଟି ସ୍ଥାନରେ ଅଦିନିଆ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ ଆଘାତ ଦେଉଛି।’ ତେଣୁ ଏହା ଉପରେ ରୋକ୍ ଲଗାଇବାକୁ ରାଷ୍ଟ୍ରପତିଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଗଜପତି।

ଏହାପୂର୍ବରୁ ମଧ୍ୟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗଜପତି ଏପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଥିଲେ। ଗଜପତି କହିଥିଲେ ବାରମ୍ବାର ଅନୁରୋଧ ସତ୍ତ୍ବେ ଅଦିନିଆ ରଥଯାତ୍ରାରୁ ଓହରୁନି ଇସ୍କନ୍। ଭାରତ ବାହାରେ ବାରମ୍ବାର ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି ଇସ୍କନ୍।

Also Read: ରାଜେନ୍ଦ୍ରାଭିଷେକରୁ ନୀଳାଦ୍ରି ବିଜେ ନୀତି ନିର୍ଘଣ୍ଟକୁ ମୋହର, ଅଦିନିଆ ରଥଯାତ୍ରା ନେଇ ପିଏମ୍ଙ୍କୁ ଭେଟିବ ସ୍ବତନ୍ତ୍ର ଟିମ୍

ଆହୁରି ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଦିନିଆ ରଥଯାତ୍ରା ଉପରେ ରୋକ୍ ଲଗାଇବା ପାଇଁ ପ୍ରସ୍ତୁତି କରାଯାଉଛି। ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ସରିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଭେଟି ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ଅବଗତ କରାଇବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।