ନୂଆଦିଲ୍ଲୀ: ଘୋଷଣା ହେଲା ୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର। ଏଥର ଦେଶର ସମୁଦାୟ ୧୩୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଏହି କ୍ରମରେ ଚଳିତ ଥର ଓଡ଼ିଶାରୁ ପଦ୍ମ ପୁରସ୍କାର ପାଇଁ ୪ ଜଣକୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣକୁ ସାହିତ୍ୟ ଏବଂ ଶିକ୍ଷା ବର୍ଗରେ ଚୟନ କରାଯାଇଥିବାବେଳେ, ୨ ଜଣକୁ କଳା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ଚୟନ କରାଯାଇଛି।

ରବିବାର ଗୃହ ମନ୍ତ୍ରଣାଳୟ ତରଫରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶାରୁ ଯେଉଁ ୪ ଜଣଙ୍କ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ ସେମାନେ ହେଲେ- ସାହିତ୍ୟ ଏବଂ ଶିକ୍ଷା ବର୍ଗରେ ଚରଣ ହେମ୍ବ୍ରମ ଏବଂ ମହେନ୍ଦ୍ର କୁମାର ମିଶ୍ର। ସେହିଭଳି କଳା ବର୍ଗରେ ଉତ୍କୃଷ୍ଟ ଅବଦାନ ପାଇଁ ଶରତ କୁମାର ପାତ୍ର ଏବଂ  ସୀମାଞ୍ଚଳ ପାତ୍ର ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହି ଚାରି ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

ସାନ୍ତାଳୀ ଲେଖକ ଚରଣ ହେମ୍ବ୍ରମ୍‌, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ମହେନ୍ଦ୍ର କୁମାର ମିଶ୍ର ଓ ସଖୀ ନାଟ ଥିଏଟର ଆର୍ଟିଷ୍ଟ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମ ସମ୍ମାନ ମିଳିବ।