ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା ଫୋର୍ଟିସ୍ ହେଲଥକେୟାର ଓଡ଼ିଶାର ପ୍ରମୁଖ ରିଅଲ୍ ଇଷ୍ଟେଟ୍ ଏବଂ ଭିତ୍ତିଭୂମି ବିକ ବିକାଶ ସଂସ୍ଥା ଡିଅନ୍ ସହ କଟକର ତ୍ରିଶୁଳିଆସ୍ଥିତ ଡିଅନ୍ ରିଭରସାଇଡ୍ ଟାଉନସିପ୍ରେ ୩୦୦ ଶଯ୍ୟା ବିଶିଷ୍ଟ ଏକ ଗ୍ରୀନଫିଲ୍ଡ ମଲ୍ଟି-ସ୍ପେସିଆଲିଟି ଲିଟି ହସ୍ପିଟାଲ୍ ନିର୍ମାଣ ଏବଂ ପରିଚାଳନା ପାଇଁ (Operations & Management) ଏକ ଚୁକ୍ତି ସ୍ବାକ୍ଷର କରିଛି ।

ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବା ପରେ ଏହା ଓଡ଼ିଶା ଓ ପଡୋଶୀ ରାଜ୍ୟଗୁଡ଼ିକ ପାଇଁ ଏକ ପ୍ରମୁଖ ତୃତୀୟ ସ୍ତରୀୟ (Tertiary) ଚିକିତ୍ସା କେନ୍ଦ୍ର ଭାବେ ଗଢ଼ିଉଠିବ। ଏଠାରେ ଉନ୍ନତ ଚିକିତ୍ସା ସୁବିଧା, ଅତ୍ୟାଧୁନିକ ମେଡିକାଲ୍ ପ୍ରଯୁକ୍ତି, ଉନ୍ନତ ଡାୟାଗ୍ନେଷ୍ଟିକ୍ସ, କ୍ରିଟିକାଲ୍ କେୟାର ଓ ବିଭିନ୍ନ ସୁପର୍ ସ୍ପେସିଆଲିଟି ସେ ସେବା ଉପଲବ୍ଧ ହେବ।

ଦ୍ରୁତ ବିକାଶଶୀଳ କଟକ–ଭୁବନେଶ୍ବର କରିଡରରେ ଅବସ୍ଥିତ ଏହି ହସ୍ପିଟାଲ୍ ( ଓଡିଶା ଏବଂ ପୂର୍ବ ଭାରତରେ ଉନ୍ନତ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ପୂରଣ କରିବ ସହ ଏକାଧିକ ଚିକିତ୍ସା ବିଭାଗରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଭାବେ ବିକଶିତ ହେବ। ଓଡିଶାରେ ଫୋଟିସ୍ ହେଲଥକେୟାରର ଏହା ପ୍ରଥମ ବୃହତ୍ ପଦକ୍ଷେପ। ଦେଶବ୍ୟାପୀ ଗୁଣାତ୍ମକ ଫୋର୍ଟିସ୍ ଦ୍ୱାରା କରାଯାଇଥିବା ଯୋଜନାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ।

ଏହି ଅବସରରେ ଫୋର୍ଟିସ୍ ହେଲ ୟାରର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଡ଼. ଅଶୁତୋଷ ରଘୁବଂଶୀ କହିଛନ୍ତି, "ଡିଅନ୍ ଗ୍ରୁପ୍ ସହ ଏହି ସହଭାଗିତା ମାଧ୍ଯମରେ ଓଡ଼ିଶାରେ ଉନ୍ନତ ତୃତୀୟ ସ୍ତରୀୟ ଚିକିତ୍ସା ସେବା ପହଞ୍ଚାଇବାରେ ସକ୍ଷମ ହୋଇଥିବାରୁ ଆମେ ଗର୍ବିତ । ଏହି ପ୍ରକଳ୍ପ କଟକ, ଭୁବନେଶ୍ବର ଏବଂ ଆଖପାଖ ଅଞ୍ଚଳର ଞ୍ଚଳର ରୋଗୀଙ୍କୁ ଉଚ୍ଚମାନର ସ୍ବାସ୍ଥ୍ୟସେବ ବା ଯୋଗାଇବା ସହ ଭାରତରେ ଆମର ସ୍ବାସ୍ଥ୍ୟସେବା ବିସ୍ତାର ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।"

ଓଡ଼ିଶା ରିଅଲ ଇଷ୍ଟେଟ ଡିଅନ ଗ୍ରୁପ୍ ସ୍ବାସ୍ଥ୍ୟ ସେବା ପରିଯୋଜନା ପ୍ରମୁଖ ଉପଦେଷ୍ଟା ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି କଟକରେ ଫୋର୍ଟିସ ହସ୍ପିଟାଲ ନିର୍ମାଣ ନିମନ୍ତେ ଉଭୟ ଡିଅନ ଏବଂ ହସ୍ପିଟାଲ ଗ୍ରୁପ ମଧ୍ୟରେ ଏକ ଏମ୍ ଓ ୟୁ ସ୍ୱାକ୍ଷର ହୋଇଛି। ପ୍ରକାଶ ଥାଉକି କଟକର ବିଭିନ୍ନ ପ୍ରକଳ୍ପର ସଫଳ କାର୍ଯ୍ୟକାରୀ ସହ ସର୍ବାଙ୍ଗୀନ ଉନ୍ନତିରେ ଡ଼ଃ ଚୟନୀଙ୍କ ଅବଦାନକୁ ଅତିଥିମାନେ ଆଗ୍ରହର ସହ ସ୍ୱୀକାର କରିବା ସହ ଆଗାମୀ ଦିନରେ ଏହି ପ୍ରକଳ୍ପ ନିଶ୍ଚିତ କଟକବାସୀଙ୍କ ସେବାରେ ଉତ୍ସର୍ଗିତ ହେବ ବୋଲି ମତ ରଖିଥିଲେ।ଡ଼ଃ ଭର୍ତ୍ତୃହରି ମହତାବ,କଟକ ଲୋକସଭା ସାଂସଦ ଏବଂ ଶ୍ରୀ ଦେବାଶିଷ ସାମନ୍ତରାୟ, ରାଜ୍ୟସଭା ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ।