ନୂଆପଡ଼ା ୨୬।୦୮ : ଜାଲିଆତି କରିବା ପଡ଼ିଲା ମହଙ୍ଗା । ନୂଆପଡ଼ାରେ ଚାରି ଏକର ଚାଳିଶି ଡିସିମିଲ ଜମି ଜାଲିଆତି ଅଭିଯୋଗରେ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ। ପୂର୍ବତନ କୋମନା ସବରେଜିଷ୍ଟର ତଥା ବର୍ତ୍ତମାନର କୋମନା ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ନିଲମ୍ବନ କରାଯାଇଛି।

ସେହିପରି ପୂର୍ବରୁ ଏହି ମାମଲାରେ ଡାଟାଏଣ୍ଟ୍ରି ଅପରେଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ମଙ୍ଗଳବାର ଡିଲିଂ କ୍ଲର୍କ ରାମନାଥ ମିଶ୍ରଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ନୂଆପଡା କୋମନା ତହସିଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୂଲ୍ୟବାନ ଜମିକୁ ଜାଲ କାଗଜପତ୍ର କରି ବିକ୍ରି କରିଦିଆଯାଇଛି। ଘଟଣା ଜଣାପଡ଼ିବା ପରେ ଜମି ହରାଇଥିବା ପରିବାର ସଦସ୍ୟ କୋମନା ପୋଲିସର ଦ୍ୱାରସ୍ଥ ହୋଇଥିଲେ। ତେବେ ଅଭିଯୋଗର ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ କୋମନା ପୋଲିସ ମାମଲା ରୁଜୁ କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

Also Read:-ଶ୍ରୀମନ୍ଦିରରେ ପୁଣି ଅଘଟଣ, ଦର୍ଶନ ବେଳେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ