ନବରଙ୍ଗପୁର, ୧୯/୦୯ : ଫସିଲେ ଜଙ୍ଗଲ ବିଭାଗର ଅଧିକାରୀ । ମନମାନୀ ପଡିଲା ମହଙ୍ଗା । ବିନା ଅନୁମତିରେ କାଟିଥିଲେ ଗଛ । ଏପରିକି କରିଥିଲେ ଆର୍ଥିକ ଅନିୟମିତତା । ଯେଉଁଥିପାଇଁ ଜଣେ ଫରେଷ୍ଟରଙ୍କୁ ସସପେଣ୍ଡ୍ କରାଯାଇଛି ।

ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଫରେଷ୍ଟର ନିଲମ୍ବିତ ହୋଇଛନ୍ତି । ନବରଙ୍ଗପୁର ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନର ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ନିଲମ୍ବନ କରାଯାଇଛି । ସେ ଝରିଗାଁ ରେଞ୍ଜ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ସମୟରେ ଦେଓବନ୍ଧରୁ ଜାମାଦରପଡ଼ା ରାସ୍ତାରେ ବେଆଇନ ଭାବେ ନୀଳଗିରି ଗଛ କାଟିଥିଲେ । ଏପରିକ ଆର୍ଥିକ ଅନିୟମିତତା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା । ଫଳରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି ।

Also Read :- କଥା କଟାକଟିରୁ ମହାଭାରତ : ଭୁଜାଲି ମାଡ଼ରେ ୮ ଗୁରୁତର

ଏପରିକି ସେ କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଫଳରେ ଶୁକ୍ରବାର ବିଳମ୍ବିତ ରାତିରେ ଫରେଷ୍ଟରଙ୍କୁ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ନିଲମ୍ବନ କରିଛନ୍ତି ।