ବରଗଡ଼, ୧୯/୦୯ : ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ l ଭୁଜାଲି ଓ ଛୁରୀରେ ଆକ୍ରମଣ। ୮ ରୁ ଅଧିକ ଗୁରୁତର. । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଟାଉନ ଥାନା ଅନ୍ତର୍ଗତ ପାତିକାରପାଲିରେ ।

ସୂଚନାନୁସାରେ, କଥା କଟାକଟିକୁ ନେଇ ଏପରି ଗଣ୍ଡଗୋଳ ଘଟିଥିବା କୁହାଯାଉଛି l କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହା ଉଗ୍ର ରୂପ ଧାରଣ କରିଥିଲା । ଫଳରେ ପରସ୍ପର ଉପରେ ଭୁଜାଲି ଓ ଛୁରୀରେ ଆକ୍ରମଣ କରିଥିଲେ ।

Also Read :- ଅପରେସନ ଅନ୍ୱେଷଣକୁ ବଡ଼ ସଫଳତା, ବାହାର ରାଜ୍ୟରୁ ଉଦ୍ଧାର ହେଲେ ୨ ନାବାଳିକା

ଏଥିରେ ୮ ଜଣ ଗୁରୁତର ଥିବା ବେଳେ ସେଥିମଧ୍ୟ୍ୟ ଦୁଇ ଜଣ ଅତି ଗୁରୁତର ରହିଛନ୍ତି । ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ରେଫର କରାଯାଇଛି l ଅନ୍ୟ ସମସ୍ତେ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିର୍ସିତ ହେଉଛନ୍ତି l ଘଟଣାସ୍ଥଳରେ ବରଗଡ ଟାଉନ ପୋଲିସ ପହଁଚି କାହିଁକି ଗୋଷ୍ଠୀ ସଂଘର୍ଷ ହେଲା ଏବଂ କେଉଁ କାରଣରୁ କଥା କଟାକଟି ହେଲା ସେନେଇ ତଦନ୍ତ କରୁଛି l