ରାଉରକେଲା, ୧୯/୦୯ : ଅପରେସନ ଅନ୍ଵେଷଣକୁ ସଫଳତା, ଅନ୍ୟ ରାଜ୍ୟରୁ ୨ ଓଡ଼ିଆ ନାବାଳିକାଙ୍କୁ ଉଦ୍ଧାର କରିଛି ରାଉରକେଲା ପୋଲିସ । ଓଡିଶାର ଅନେକ ନାବାଳକ, ନାବାଳିକା ଦେଶର ବିଭିନ୍ନ ରାଜ୍ୟରେ ଶ୍ରମିକ ଭାବରେ କାମ କରିବା ସହ ଅନେକ ସମୟରେ ନିଖୋଜ ମଧ୍ୟ ହୋଇଯାଉଛନ୍ତି ଯାହା ଉଦବେଗର ବିଷୟ ।

ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ଓଡ଼ିଶା ପୋଲିସର ଅପରେସନ ଅନ୍ୱେଷଣ ଆରମ୍ଭ ହୋଇଛି । ଆଉ ଏହି ଅପରେସନରେ ଯୋଡ଼ି ହୋଇଯାଇଛି ରାଉରକେଲା ପୋଲିସ । ପଶ୍ଚିମାଞ୍ଚଳ DIG ବ୍ରିଜେଶ ରାୟଙ୍କ ତତ୍ୱାବଧାନରେ ମହିଳା ଓ ଶିଶୁ ବିଭାଗ ସହ ପୋଲିସର ମିଳିତ ପ୍ରୟାସରେ ଗଠନ ହୋଇଥିଲା ୨ଟି ଟିମ୍ । ଆରମ୍ଭ ହୋଇଥିଲା ଅପରେସନ ଅନ୍ୱେଷଣ ।

ଏଥିରେ ଉତ୍ତରପ୍ରଦେଶରୁ ୨ ନାବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ରାଉରକେଲା ପୋଲିସ । ଉଦ୍ଧାର ଦୁଇ ନାବାଳିକା ମୟୁରଭଞ୍ଜ ସହ କେନ୍ଦୁଝର ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କୁ ତାଙ୍କର ପରିବାର ଲୋକଙ୍କୁ କରାଯାଇଛି ହସ୍ତାନ୍ତର । ଅପରେସନ ଅନ୍ୱେଷଣ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ପଶ୍ଚିମାଞ୍ଚଳ DIG ବ୍ରିଜେଶ ରାଏ ।