ଅନୁଗୋଳ ୩।୬: ଦୀର୍ଘଦିନ ଧରି ଆତଙ୍କ ଖେଳାଇଥିବା ମଣିଷମରା ହାତୀକୁ ଟ୍ରାଙ୍କୁଲାଇଜ କରି କାବୁକଲା ବନ ବିଭାଗ। ଶେଷରେ ମଣିଷ ମରା ବଣୁଆ ହାତୀକୁ ଟ୍ରାଙ୍କୁଲାଇଜ କରି ଧରିଲା ଅନୁଗୋଳ ବନ ବିଭାଗ। ଅନୁଗୋଳ କୁସୁମପାଟ ନିକଟ ଜଙ୍ଗଲରୁ ହାତୀକୁ କାବୁ କରାଯାଇଛି।

ଡ୍ରୋନ ସାହାଯ୍ୟରେ ହାତୀକୁ ଠାବ କଲାପରେ ଟ୍ରାଙ୍କୁଲାଇଜ କରିଥିଲେ ଏକ ସ୍ଵତନ୍ତ୍ର ଟିମ। ପରେ ଏକ କ୍ରେନ ସାହାଯ୍ୟରେ ଏକ ଗାଡ଼ିରେ କୁଲାସିଂହା ନର୍ସରୀରେ ଚିକିତ୍ସା ପରେ ମୟୁରଭଞ୍ଜ ଶିମିଳିପାଳକୁ ନେବେ ବୋଲି ସୂଚନା ମିଳିଛି। ହାତୀ ଗଲା ପରେ ଏହି ଅଞ୍ଚଳ ବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି। କାରଣ ଏହି ହାତୀ ଗୋଟିଏ ଦିନରେ ଚନ୍ଦନପୁର ଆଉ ମଧୁପୁରରେ ଦୁଇ ଜଣଙ୍କୁ ଦଳି ଦେଇଥିଲା। ତେଣୁ ହାତୀ ଗଲାପରେ ଏମାନେ ଖୁସି ଅଛନ୍ତି।

Also Read:- ବଡ଼ସାହି ବିଡିଓଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନର

ତେବେ ଏ ସମ୍ପର୍କରେ ବନ ବିଭାଗର କହିବା କଥା ହାତୀ ଏବେ ସୁସ୍ଥ ଅଛି, ୩ ଜଣିଆ ଟିମ୍ ଚିକିତ୍ସାରେ ଲାଗିଛନ୍ତି। ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ମେଲ୍ ପରେ ହାତୀକୁ କେଉଁଠିକୁ ସ୍ଥାନାନ୍ତର କରାଯିବ ବୋଲି ଅନୁଗୋଳ ଡିଏଫଓ କହିଛନ୍ତି ।