ମାଲକାନଗିରି ୨୦।୬: ମାଲକାନଗିରି ଜିଲ୍ଲା ମାଥିଲି ଭାଲୁ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ  । ଗତ ୧୭ ତାରିଖ ଦିନ ମାଥିଲି ବନାଞ୍ଚଳ ଅନ୍ତର୍ଗତ ଡାଇଗୁଡା ଗ୍ରାମ ନିକଟରେ ଏକ ଜଙ୍ଗଲୀ ଭାଲୁ ରାସ୍ତା ପାରି ହେଉଥିବା ସମୟରେ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲା । ଲୋକଙ୍କ ଠେଙ୍ଗାବାଡି ଓ ପଥର ମାଡରେ ଭାଲୁଟି ଗୁରୁତର ଭାବେ ଆହତ ହେବା ପରେ ବନ ବିଭାଗ ଭାଲୁଟିକୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲା ହେଲେ ଚିକିତ୍ସାଧିନ ଅବସ୍ଥାରେ ଭାଲୁଟିର ମୃତ୍ୟୁ ହେବା ପରେ ୫ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ବଳୟରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ମାଲକାନଗିରି ଡିଏଫଓ କହିଛନ୍ତି ।