ସମ୍ବଲପୁର ୧୭।୧୧: ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ । ଚଢ଼ାଉ କରି ୪ ଜଣ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ଗିରଫ ୪ ଅଭିଯୁକ୍ତ ବରଗଡ଼ ଜିଲ୍ଲା ଟିଲେଇମାଲ ଗାଁର । ଅଭିଯୁକ୍ତଙ୍କ ଠାରୁ ୫ କେଜି ବାଇଣ୍ଡିଂ ତାର, ଫାଶ ଓ ଜାଲ, ଗୋଟିଏ ଟାଙ୍ଗିଆ, ଗୋଟିଏ ମୋଟର ସାଇକେଲ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

Also Read:- ଶ୍ରୀକ୍ଷେତ୍ରରେ ଖଜା ପ୍ରସ୍ତୁତିକୁ ନେଇ ଆକ୍ସନ, ପୋଲିସ ଓ ମହାନଗର ନିଗମର ମିଳିତ ରେଡ୍

ଗତ ୧୫ ତାରିଖରେ ଲଖନପୁର ବନ୍ୟପ୍ରାଣୀ ରେଞ୍ଜ ଅଧୀନସ୍ଥ ୪ଟି ଗାଁର ସନ୍ଦିଗ୍ଧ ବାସଭବନ ଏବଂ ସଂଲଗ୍ନ ଅଭୟାରଣ୍ୟ ଜଙ୍ଗଲ ଅଞ୍ଚଳରେ ଏହି ତଲାସୀ ଅଭିଯାନ ଚଳାଯାଇଥିଲା । ଏହି ଅଭିଯାନ ସମୟରେ ମାଟି ତଳେ କିମ୍ବା ବୁଦା ମୂଳରେ ଲୁଚାଯାଇଥିବା ଶିକାର ସାମଗ୍ରୀ ଖୋଜିବା ପାଇଁ ମେଟାଲ୍ ଡିଟେକ୍ଟରର ସହାୟତା ନିଆଯାଇଥିଲା ।