ଭୁବନେଶ୍ବର ୯।୧୧: ଯେଉଁ ଚାଷୀଙ୍କ ଏଗ୍ରିଷ୍ଟାକ୍ କାର୍ଡ ନାହିଁ ଶୀଘ୍ର କରିଦେବାକୁ ପରାମର୍ଶ । ଚାଷୀଙ୍କ ଏଗ୍ରିଷ୍ଟାକ୍ କାର୍ଡ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଏଭଳି ସୂଚନା ଦେଇଛନ୍ତି । ଏହାକୁ ନ କଲେ ମଧ୍ୟ ଚାଷୀ ଅସୁବିଧାରେ ପଡ଼ିବେନି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Also Read:- ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି : ଛାତ୍ରଛାତ୍ରୀ ସଫା କରୁଛନ୍ତି ଟଏଲେଟ୍, ମାଜୁଛନ୍ତି ବାସନ !

ମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି । ସମସ୍ତଙ୍କଠୁ ଧାନ କିଣିବୁ । କିନ୍ତୁ ଏଗ୍ରିଷ୍ଟାକ୍ କାର୍ଡ ହୋଲ୍ଡର ବିଭିନ୍ନ ସରକାରୀ ସୁବିଧା ପାଇପାରିବେ । ଲୋନ୍, ବିହନ, ସାର ପାଇବା ପାଇଁ ଏଗ୍ରିଷ୍ଟାକ କାର୍ଡ କାମରେ ଆସିବା । ଏଗ୍ରିଷ୍ଟାକ୍ କାର୍ଡରେ ଚାଷୀଙ୍କ ସମ୍ପୂର୍ଣ୍ଣ ବିବରଣୀ ରହିବ । ଯେଉଁ ଚାଷୀ ଏଗ୍ରିଷ୍ଟାକ କାର୍ଡ କରିନାହାନ୍ତି ଜଲଦିରୁ ଜଲଦି କରେଇ ନେବାକୁ ଚାଷୀଙ୍କୁ ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।