ମାନସା: ଝିଅ ଘରର ଲକ୍ଷ୍ମୀ। ଜନ୍ମ ହେଉ ହେଉ ଖୋଲିଦେଲା ବାପା ମାଆଙ୍କ ଭାଗ୍ୟା ଦୀପାବଳି ଦିନ ହୋଇଗଲେ କୋଟିପତି। ମାତ୍ର ୨୦୦ ଟଙ୍କାର ମାସିକ ଲଟେରୀ ଟିକେଟ୍ କିଣି ପରିବାର ଜିତିଛି ଦେଢ଼ କୋଟି ଟଙ୍କାର ପ୍ରଥମ ପୁରସ୍କାର। ସବୁଠାରୁ ଖୁସିର କଥା ହେଉଛି, ଯେଉଁ ଦିନ ପରିବାରର ଲଟେରୀ ଲାଗିଥିଲା, ସେହି ଦିନ ଘରେ ଜନ୍ମ ନେଇଥିଲା ଏକ ନବଜାତ କନ୍ୟା। ଗୋଟିଏ ପଟେ ଘରକୁ ଲକ୍ଷ୍ମୀଙ୍କ ଆଗମନ ଓ ଅନ୍ୟପଟେ ଦେଢ଼ କୋଟି ଟଙ୍କା ଜିତିବାର ଖବର। ଏହି ଘଟଣା ପଞ୍ଜାବର ମାନସା ଜିଲ୍ଲା ଅନ୍ତର୍ଗତ ବୁଢ଼ଲାଡ଼ାର ସୈଦେୱାଲା ଗାଁର।ଏଠାକାର ଜଣେ ପରିବାର ମାତ୍ର ୨୦୦ ଟଙ୍କାର ମାସିକ ଲଟେରୀ ଟିକେଟ୍ ମାଧ୍ୟମରେ ଦେଢ଼ କୋଟି ଟଙ୍କାର ପ୍ରଥମ ପୁରସ୍କାର ଜିତିଛନ୍ତି। ବୁଢ଼ଲାଡ଼ାର ଭିଖି ରୋଡରେ ଥିବା ଧନ୍ନା ଲଟେରୀ ଷ୍ଟଲର ମାଲିକ ଧନ୍ନା ସିଂହ ଏହି ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ଶନିବାର ଜଣେ ବ୍ୟକ୍ତି ତାଙ୍କ ଲଟେରୀ କାଉଣ୍ଟରକୁ ଆସିଥିଲେ। ସେ ହରମନ କୌର ନାମକ ଜଣେ ମହିଳାଙ୍କ ନାମରେ ଲଟେରୀ ଟିକେଟ୍ କିଣିଥିଲେ। ସେହି ଟିକେଟରେ ହିଁ ଦେଢ଼ କୋଟି ଟଙ୍କାର ପ୍ରଥମ ପୁରସ୍କାର ଲାଗିଛି। ଲଟେରୀ ଫଳାଫଳ ଜଣାପଡ଼ିବା ପରେ ଷ୍ଟଲ୍ ମାଲିକଙ୍କ ସମେତ ପରିବାର ଲୋକଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି।

also read-Madhya Pradesh: ଦୀପାବଳିରେ ମୃତ୍ୟୁର ତାଣ୍ଡବ, ଅଗ୍ନିକାଣ୍ଡରେ ୨ଟି ପରିବାରର ୧୨ ଜଣ ଜୀବନ୍ତ ଦଗ୍ଧ

ଏହି ଘଟଣାକୁ ଆହୁରି ସ୍ୱତନ୍ତ୍ର କରିଛି ଆଉ ଏକ ଖୁସିର ଖବର। ଲଟେରୀ ଜିତିଥିବା ପରିବାରର ଘରେ ସେହି ଶନିବାର ଦିନ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ତେବେ ନବଜାତ ଶିଶୁଟିର ସ୍ୱାସ୍ଥ୍ୟ ଠିକ୍ ନଥିବାରୁ ପରିବାର ଲୋକେ ତାକୁ ଡାକ୍ତରୀ ପରୀକ୍ଷା ପାଇଁ ନେଇଛନ୍ତି। ଲଟେରୀ ଷ୍ଟଲର ମାଲିକ ଧନ୍ନା ସିଂହ କହିଛନ୍ତି ଯେ, ପରିବାର ଲୋକେ ଫେରିବା ପରେ ସେମାନଙ୍କୁ ଷ୍ଟଲ୍କୁ ଡାକି ସମ୍ମାନିତ କରାଯିବ।