ଝାରସୁଗୁଡା ୧୮/୦୩: ଅଣନିଶ୍ବାସୀ ହେଉଛି ଓଡ଼ିଶା । ନିଶ୍ୱାସ ନେବାରେ ହେଲାଣି କଷ୍ଟ । କାରଣ ଏଠି ନିଶ୍ୱାସରେ ବିଷ । ରାଜ୍ୟରେ ବଢିବାରେ ଲାଗିଛି ପ୍ରଦୂଷମ ମାତ୍ରା । ଆଗକୁ ଦିଲ୍ଲୀ ଭଳି ସ୍ଥିତି ଲାଗୁ ହେବ ଏହା ନିସନ୍ଦେହ । ପ୍ରଦୂଷଣ ରୋକିବାରେ ବି ମୁସ୍କିଲ ହୋଇପଡିଲାଣି । ସେଥିପାଇଁ ତ ଭାରତ ବର୍ଷର ଶହେ ପ୍ରଦୂଷିତ ସହର ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶାର ୫ ସହର ।

-ଶହେ ପ୍ରଦୂଷିତ ସହରରେ ଓଡ଼ିଶାର ୫ ସହର

-ଅନୁଗୁଳ, ତାଳଚେର, ଝାରସୁଗୁଡା, ବାଲେଶ୍ବର

-ଭୁବନେଶ୍ୱର, କଟକ ସହ ବାରିପଦା ବି ତାଲିକାରେ

ଅନୁଗୁଳ ଓ ତାଳଚେର ସହ ଝାରସୁଗୁଡା, ବାଲେଶ୍ୱର, ଭୁବନେଶ୍ୱର, କଟକ ସହ ବାରିପଦା ମଧ୍ୟ ଏହି ତାଲିକାରେ ସ୍ଥାନିତ ହୋଇଛି । ୨୦୨୫-୨୬ ବର୍ଷର ସୂଚକାଙ୍କରେ ଏହି ସହର ଗୁଡିକୁ ଅଧିକ ପ୍ରଦୂଷିତ ସହରର ମାନ୍ୟତା ମିଳିଛି । ତେବେ ଝାରସୁଗୁଡାରେ ପ୍ରଦୂଷଣର ମାତ୍ରା ସର୍ବାଧିକ ରହିଛି । କାରମ ଜିଲ୍ଲାର ଇବ ଉପତ୍ୟକା ଏଥିରେ ଅନ୍ତର୍ଭୁକ୍ତ ।

ଝାରସୁଗୁଡା ଜିଲ୍ଲା ଇବ ଉପତ୍ୟକାରେ ଥିବା କୋଇଲା ଖଣି ଓ ଜିଲ୍ଲାର ବିଭନ୍ନ ସ୍ଥାନରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ଓ ତାପଜ ବିଦ୍ୟୁତ କେନ୍ଦ୍ର ରୁ ନିର୍ଗତ ପାଉଁଶର ତୃଟି ପୂର୍ଣ୍ଣ ପରିଚାଳନା ଓ ବ୍ୟାପକ ପ୍ରଦୂଷଣ ସହ ବହୁ ସଂଖ୍ୟକ ଯାନବାହନ ଚଳାଚଳ କୁ ଦାୟୀ କରାଯାଇଛି । ପୂର୍ବରୁ ପ୍ରଦୂଷଣ ମାତ୍ରା ବଢିବାରୁ ତାଳଚେର ଓ ଅନୁଗୁଳ ପାଇଁ ଲାଗିଥିଲା କଡ଼ା କଟକଣା ।

alos read..

​​​​​​​Sbp Encounter: ବାରମ୍ୱାର ଦେଉଥିଲା ଚକ୍‌ମା, ଖସିପାରିଲାନି ପୋଲିସ ହାତରୁ...